ଓଡ଼ିଶାଲାଇଭ୍ ବ୍ୟୁରୋ

 “ବର୍ତ୍ତମାନ ନିରଞ୍ଜନ ପଟ୍ଟନାୟକ ହିଁ ପିସିସି ସଭାପତି ରହିବେ। ଏବେ ଓଡ଼ିଶାରେ ପିସିସି ପରିବର୍ତ୍ତନ କୌଣସି ସମ୍ଭାବନା ନାହିଁ”, କହିଛନ୍ତି ପିସିସି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ।

ରବିବାର ରାଜ୍ୟରେ କଂଗ୍ରେସ ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ, ଦଳ ସମ୍ପର୍କରେ କର୍ମୀମାନେ ବାହାରେ ବୟାନ ବାଜି କରିବା ବନ୍ଦ କରନ୍ତୁ। ନଚେତ୍ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ନିଆଯିବ। ଯଦି କାହାର କୌଣସି ଅଭିଯୋଗ ଅଛି, ତେବେ ସେମାନେ ତାଙ୍କୁ କିମ୍ବା ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଜଣାନ୍ତୁ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।କିଛି ଦିନ ତଳେ ନିରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ  ସଭାପତି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ-ବାରବାଟୀ ବିଧାୟକ ଇଞ୍ଜିନୟର ମହମ୍ମଦ ମୋକିମଙ୍କୁ ସଭାପତି କରାଇବା ପାଇଁ ଗୋଟିଏ ଗୋଷ୍ଠୀ ବୈଠକରେ ବସିଥିଲେ। ଏହାକୁ ବିରୋଧ କରି ରବିବାର ନିରଞ୍ଜନଙ୍କ ସମର୍ଥକ ଗୋଷ୍ଠୀ ମଧ୍ୟ ଭୁବନେଶ୍ୱରର ଗୋଟିଏ ହୋଟେଲରେ ଏକାଠି ହୋଇଛନ୍ତି।

Comment