ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଡିସେମ୍ଵର ୧୦ ପର୍ଯ୍ୟନ୍ତ କରିପାରିବେ ଆବେଦନ।

ଓଡ଼ିଶା ପବ୍ଲିକ ସର୍ଭିସ କମିସନ(ଓପିଏସସି) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଚୁକ ପ୍ରାର୍ଥୀ ୨୦୧୯ ଡିସେମ୍ଵର ୧୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାସହ ଅନଲାଇନ ଫିସ୍‌ ଭରିବାର ଶେଷ ତାରିଖ ୧୬ ଡିସେମ୍ଵର ପର୍ଯ୍ୟନ୍ତ ରଖାଯାଇଛି। ଏଥିରେ ଚୟନ ପରେ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସରକାରୀ ପଦବୀରେ ନିଯୁକ୍ତି ଦିଆଯିବ।

ପଦବୀ

ପ୍ରାର୍ଥୀମାନଙ୍କୁ ସାଧାରଣ ପ୍ରଶାସନ, ପିଜି ବିଭାଗ ଓ ଓଡ଼ିଶା ସରାକରଙ୍କ ବିଭିନ୍ନ ପଦବୀରେ ନିଯୁକ୍ତ କରାଯିବ।

ବୟସ ସୀମା

  • ପ୍ରାର୍ଥୀଙ୍କ ବୟସ ୩୨ରୁ କମ୍‌ ଓ ୨୧ରୁ ଅଧିକ ହୋଇଥିବା ଦରକାର।
  • ଏହାସହ ଜନ୍ମ ତାରିଖ ୨ ଜାନୁଆରୀ ୧୯୮୭ରୁ କମ୍‌ ଓ ୧ ଜାନୁଆରୀ ୧୯୯୮ରୁ ଅଧିକ ହୋଇନଥିବ ଦରକାର।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଶ୍ଵବିଦ୍ୟାଳୟର ବା ମହାବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

ଆବେଦନ ପ୍ରକ୍ରିୟା

  • ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ପ୍ରଥମେ ଓ୍ଵେବସାଇଟhttp://opsconline.gov.inକୁ ଯାଇ ବିଜ୍ଞାପନକୁ ଦେଖିପାରିବେ।
  • ପରେ ଓ୍ଵେବସାଇଟକୁ ଯାଇ ଅନଲାଇନରେ ପରୀକ୍ଷା ପାଇଁ ଆବେଦନ କରିପାରିବେ।
  • ଅନଲାଇନ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଓପିଏସସି ପ୍ରିଲିମ୍‌ ପରୀକ୍ଷା ପାଇଁ ଚୟନ କରାଯିବ। ଏଥ୍ରେ ଚୟନ ହେବା ପରେ ଓପିଏସସି ମେନ୍‌ ପରୀକ୍ଷା ପାଇଁ ଡକାଯିବ।

Comment