ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା।

ବିଧାନସଭାର ସୁରକ୍ଷା ପାଇଁ ମୋଟ୍ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ୯୦ଜଣ ପୋଲିସ୍ ଅଧିକାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବିଧାନସଭା ପରିସରରେ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି।

ଶୀତ ଅଧିବେଶନ ସମୟରେ ସମ୍ପୂର୍ଣ୍ଣ ବିଧାନସଭାକୁ ତିନି ସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ। ଏହାସହ ବିଧାନସଭା ନିକଟରେ ଥିବା ଧାରଣା ସ୍ଥଳରେ ମଧ୍ୟ ସେଭେନ୍ ବାଟାଲିଅନର କେତେକ ଅଫିସର ନିଯୁକ୍ତ ହେବେ।

Comment