ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ ଗ୍ରାହଙ୍କ ପାଇଁ ଖୁସି ଖବର। କମ୍ପାନି ତାର ଗ୍ରାହକମାନଙ୍କ ପାଇଁ ଗୋଟିଏ ନୂଆ ପ୍ଲାନର ଆରମ୍ଭ କରିଛି। ଯେଉଁଥିରେ ଗ୍ରାହକମାନେ ଦିନକୁ ୩ଜିବି ଡାଟା ପାଇପାରିବେ। ଏଥିପାଇଁ ଗ୍ରାହକଙ୍କୁ ୫୬୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।

ଏହି ନୂଆ ୫୬୯ ଟଙ୍କା ପ୍ଲାନର ବୈଧତା ୮୪ ଦିନ ପାଇଁ ରହିଛି। ଯେଉଁଥିରେ ପ୍ରତିଦିନ ଗ୍ରାହକଙ୍କୁ ୩ ଜିବିର ଡାଟା ଦିଆଯିବ। ଏଥିସହିତ ଗ୍ରାହକ ଅନଲିମିଟେଡ୍ କଲ୍ ଏବଂ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ପାଇପାରିବେ। ଏହି ପ୍ଲାନ୍‌ରେ ଗ୍ରାହକ ‘ଭୋଡାଫୋନ୍ ପ୍ଲେ’ ଆପ୍‌ରୁ ମାଗଣାରେ ଅନେକ ଲାଭ ଉଠାଇପାରିବେ।

ଭାରତୀୟ ବଜାରରେ ଜିଓର ଆବିର୍ଭାବ ହେବାପରେ ଅନ୍ୟ ଟେଲିକମ କମ୍ପାନିଗୁଡ଼ିକର ବେପାର ମାନ୍ଦା ହେବାରେ ଲାଗିଛି। ନିକଟରେ ବିଏସ୍‌ଏନ୍‌ଏଲ୍‌ ମଧ୍ୟ ଦିନକୁ ୩ଜିବି ଡାଟା ମିଳୁଥିବା ପ୍ଲାନ୍‌ ଆରମ୍ଭ କରିଥିଲା। ଏବେ ଭୋଡାଫୋନ ମଧ୍ୟ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ନୂଆ ପ୍ଲାନ୍ ଆରମ୍ଭ କରିଛି।

Comment