ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇବା ପରେ ଏବେ ରାମ ମନ୍ଦିରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ରାମ ମନ୍ଦିର କେମିତି ନିର୍ମାଣ ହେବ? ମନ୍ଦିରରେ କିଏ ପୂଜା କରିବେ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ରାମ ମନ୍ଦିର ନିର୍ମାଣ ପାଇଁ ଗୋଟିଏ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ, ମନ୍ଦିରରେ ପୂଜାର୍ଚ୍ଚନା ଆଦି ନିର୍ଦ୍ଧାରଣ କରିବ। ବିଶ୍ୱ ହିନ୍ଦୁ ପରିଷଦର କହିବାନୁସାରେ, ଏହି ଟ୍ରଷ୍ଟ ବୋର୍ଡରେ ସରକାରଙ୍କ କୌଣସି ପ୍ରତିନିଧି ରହିବେ ନାହିଁ। ଏହି ଟ୍ରଷ୍ଟରେ କେବଳ ଶୈବ, ବ୍ରହ୍ମା ଓ ବୈଷ୍ଣବ ଧର୍ମଙ୍କୁ ମାନୁଥିବା ଲୋକମାନେ ହିଁ ରହିପାରିବେ। ଏହାସହ ଏହି ଭବ୍ୟ ମନ୍ଦିରର ପୂଜାର୍ଚ୍ଚନା ପାଇଁ ବଦ୍ରିନାଥ ମନ୍ଦିରର ଫର୍ମୁଲା ଆପଣେଇବାକୁ ବିଶ୍ୱ ହିନ୍ଦୁ ପରିଷଦ ମତ ରଖିଛି।ayodhya case

 ବଦ୍ରିନାଥ ମନ୍ଦିରର କିଏ କରନ୍ତି ପୂଜାର୍ଚ୍ଚନା?

ଭାରତର ଚାରିଧାମ ମଧ୍ୟରେ ସ୍ଥାନ ପାଇଥିବା ବଦ୍ରିନାଥରେ ପୂଜାର୍ଚ୍ଚନା କେବଳ ବ୍ରହ୍ମଚାରୀ ବ୍ରାହ୍ମଣମାନେ ହିଁ କରିଥାନ୍ତି। ଅର୍ଥାତ ଯେଉଁ ପୂଜାରୀମାନେ ବହ୍ମଚର୍ଯ୍ୟ ବ୍ରତ ପାଳନ କରୁଥିବେ ସେହିମାନେ ହିଁ ବଦ୍ରିନାଥ ମନ୍ଦିରରେ ପୂଜା କରିପାରିବେ। ବଦ୍ରିନାଥ ମନ୍ଦିରର ପୂଜା କରିବା ପାଇଁ କେରଳର ନମ୍ବୁଦ୍ରିପାଦ ଅଞ୍ଚଳରୁ ବ୍ରାହ୍ମଣ ଆସିଥାନ୍ତି। ଏହି ବ୍ରାହ୍ମଣମାନଙ୍କୁ ଶଙ୍କରାଚାର୍ଯ୍ୟଙ୍କ ବଂଶଜ ବୋଲି କୁହାଯାଏ। ଏହି ଅଞ୍ଚଳର ବ୍ରାହ୍ମଣମାନେ ଏଥିପାଇଁ ବେଦ-ବେଦାଙ୍ଗ ବିଦ୍ୟାଳୟରୁ ସ୍ନାତକ ଶିକ୍ଷାଅର୍ଜନ କରିଥାନ୍ତି। ଏହାସହ ଯେପର୍ଯ୍ୟନ୍ତ ବ୍ରାହ୍ମଣମାନେ ଶାସ୍ତ୍ରୀ ଉପାଧି ଧାରଣ ନକରିଥାନ୍ତି, ସେପର୍ଯ୍ୟନ୍ତ ସେମାନେ ବଦ୍ରିନାଥରେ ପୂଜା କରିବା ପାଇଁ ଯୋଗ୍ୟ ହୋଇନଥାନ୍ତି।

ଠିକ୍ ଏହି ଫର୍ମୁଲାରେ ଅଯୋଧ୍ୟାରେ ରାମ ମନ୍ଦିରର ପୂଜାର୍ଚ୍ଚନା କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ମତ ରଖିଛି।

Comment