ଓଡ଼ିଶାଲାଇଭ୍ ବ୍ୟୁରୋ

ଋତୁସ୍ରାବ ଝିଅ ଓ ମହିଳାଙ୍କ ଶରୀରରେ ହେଉଥିବା ସାମାନ୍ୟ ପ୍ରକ୍ରିୟା। ଏକ ଆକଳନ ଅନୁସାରେ ଭାରତରେ ପ୍ରାୟ ୩୫ କୋଟି ୫୦ ଲକ୍ଷ ମହିଳା ରଜସ୍ୱଳା ହେଉଛନ୍ତି। ଋତୁସ୍ରାବ ସମୟରେ ଶରୀରରେ ହରମୋନ୍‌ରେ ପରିବର୍ତ୍ତନ ହୋଇଥାଏ। ଅଧିକାଂଶ ମହିଳାଙ୍କଠାରେ ପେଟ ଯନ୍ତ୍ରଣା, ପେଟ ଗ୍ୟାସ୍‌ ହେବା ଓ ବଦ୍‌ହଜମୀ ଭଳି ସମସ୍ୟା ଦେଖାଦିଏ। ଏଥିପାଇଁ କିଛିଟା ଖାଦ୍ୟକୁ ଋତୁଚକ୍ର ସମୟରେ ଖାଇବା ଅନୁଚିତ୍‌।

କ୍ଷୀର ଜାତୀୟ ଖାଦ୍ୟ

କ୍ଷୀର ଜାତୀୟ ପଦାର୍ଥ ଯଥା-କ୍ଷୀର, ପନିର, ଛେନା, କ୍ରିମ୍‌, ବଟର, ଆଇସ୍‌କ୍ରିମ୍‌କୁ ଋତୁଚକ୍ର ସମୟରେ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଫଳରେ ପେଟରେ ଏସିଡ୍‌ ଅଂଶ ବଢ଼ି ପେଟ ଫୁଲିଯାଏ ଏବଂ ଗ୍ୟାସ୍‌ ବି ହୋଇଥାଏ।

କ୍ୟାଫେନ୍‌ ବା କଫି

କିଛି ଲୋକ ପେଟ ଯନ୍ତ୍ରଣା ସମୟରେ ଚା’ କଫି ପିଇଥା’ନ୍ତି। ସେମାନେ ଭାବିଥା’ନ୍ତି ଯେ, ଏହା ପିଇବା ଫଳରେ ଯନ୍ତ୍ରଣା କମ୍‌ ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। କଫି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ, ଗ୍ୟାସ୍‌, ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଦିଏ। ଏହାକୁ ପିଇବା ଫଳରେ ଶୋଇବାରେ ସମସ୍ୟା ଦେଖାଦିଏ।

ଲୁଣି ଖାଦ୍ୟ

ଋତୁଚକ୍ର ସମ୍ରରେ ଲୁଣି ଖାଦ୍ୟ, ଯେପରିକି ଲୁଣି ମାଛ, ଚିପ୍ସ ଆଦିକୁ ଖାଆନ୍ତୁ ନାହିଁ। ଋତୁସ୍ରାବ ସମୟରେ ଶରୀର ଜଳୀୟଅଂଶ ଅଧିକ ଦରକାର କରିଥାଏ। ଲୁଣି ଖାଦ୍ୟ ଖାଇବା ଫଳରେ ଏହା ଶରୀରରେ ଥିବା ପାଣିକୁ ଟାଣିଦିଏ।

ମଇଦା ଖାଦ୍ୟ

ମଇଦା ଖାଦ୍ୟ ଯଥା ବ୍ରେଡ୍‌, ବିଜା, ପୁରି, ନିମିକିକୁ ମାସିକ ଋତୁସ୍ରାବ ସମୟରେ ଖାଆନ୍ତୁ ନାହିଁ। ଏହା ପେଟରେ ଗ୍ୟାସ୍‌ କରି୍‌ଥାଏ। ଏହି ସମୟରେ ଅଟାରେ ତିଆରି ଖାଦ୍ୟ ଖାଇପାରିବେ।

ମଦ

ପିରିୟଡ୍‌ ସମୟରେ ଆଲକହଲ ବା ମଦଠୁ ଦୂରେଇ ରହନ୍ତୁ।

Comment