ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲି ଚିକେନ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ତେବେ, ଘରେ ହିଁ ପ୍ରସ୍ତୁତ କରନ୍ତୁ ଚିଲି ଚିକେନ୍‌।

ଆବଶ୍ୟକୀୟ ସାମଗ୍ରୀ

  • ୨୫୦ ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌
  • ଦେଢ଼ ଚାମଚ ଚିଲି ସସ୍‌
  • ଦେଢ଼ ଚାମଚ ସୋୟା ସସ୍‌
  • ଅଧ ଚାମଚ ଗୋଲମରିଚ ଗୁଣ୍ଡ
  • ୨ରୁ ୩ ଚାମଚ କର୍ଣ୍ଣଫ୍ଲୋର୍‌
  • ୨ ଚାମଚ ମଇଦା
  • ଅଧ ଚାମଚ ନାଲିଲଙ୍କା ଗୁଣ୍ଡ
  • ସ୍ୱାଦ ଅନୁସାରେ ଲୁଣ
  • ୧ ଅଣ୍ଡାର ଧଳା ଅଂଶ
  • ୮ରୁ ୧୦ଟି ରସୁଣ ଛୋଟ ଛୋଟ କଟା
  • ୨ଟି ମଧ୍ୟ ପିଆଜ
  • କ୍ୟାପସିକମ୍‌
  • ଭିନେଗାର ୨ ଚାମଚ

ପ୍ରସ୍ତୁତି

ଚିକେନ୍‌କୁ ଭଲ ଭାବରେ ଧୋଇ ସେଥିରେ କର୍ଣ୍ଣ ଫ୍ଲୋର, ଲୁଣ, ଗୋଟେ ଚାମଚ ଚିଲି ସସ୍‌, ୧ ଚାମଚ ସୋୟା ସସ୍‌ ଏବଂ ଅଣ୍ଡାର ଧଳା ଅଂଶ ମିଶାଇ ଗୋଲାଇ ଦିଅନ୍ତୁ। ଅଧ ଘଣ୍ଟାରୁ ୪୫ ମିନିଟ୍‌ ଯାଏଁ ମ୍ୟାରିନେଟ୍‌ ଚିକେନ୍‌କୁ ରଖିଦିଅନ୍ତୁ। ଅବଶିଷ୍ଟ କଣ୍ଣଫ୍ଲୋରକୁ ୨ ଚାମଚ ପାଣିରେ ମିଶାଇ ଗୋଳେଇ ଦିଅନ୍ତୁ।

ଅନ୍ୟ ଗୋଟେ ପ୍ୟାନ୍‌ରେ ଛାଣିବା ଭଳି ତେଳ ପକାନ୍ତୁ। ଗ୍ୟାସ୍‌ର ଜାଳ ଅଧିକ ରଖନ୍ତୁ, ତେଲ ଗରମ ହୋଇଗଲେ ଗ୍ୟାସ୍‌ର ଜାଳ କମ୍‌ କରି ଦିଅନ୍ତୁ। ସେଥିରେ ଚିକେନ୍‌କୁ ପକାଇ ଛାଣନ୍ତୁ। ଛାଣି ଏକ ଟିସ୍ୟୁ ପେପର୍‌ ଉପରେ ରଖନ୍ତୁ। ଏହା କରିବା ଫଳରେ ଚିକେନ୍‌ରୁ ଅଧିକ ତେଲ ବାହାରି ଯିବ।

ଆଉ ଗୋଟେ ପ୍ୟାନ୍‌କୁ ଗ୍ୟାସ୍‌ ଉପରେ ରଖି ୨ ଚାମଚ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ସେଥିରେ କାଟିଥିବା ରସୁଣ ପକାନ୍ତୁ। ଗୋଟେ ମିନିଟ୍‌ ପାଇଁ ଏପଟ୍‌ ସେପଟ୍‌ କରନ୍ତୁ। ଏହାପରେ ପିଆଜ ଏବଂ କଞ୍ଚାଲଙ୍କା ପକାଇ ମିଶାଇ ଦିଅନ୍ତୁ । ଗୋଟେ ମିନିଟ୍‌ ପରେ କ୍ୟାପସିକମ୍‌ ପକାଇ ଏପଟ ସେପଟ୍‌ କରନ୍ତୁ। ବଳକା ସୋୟା ଓ ଚିଲି ସସ୍‌ ମିଶାଇ, ଲୁଣ ଏବଂ ପୂର୍ବରୁ କରିଥିବା ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଶେଷରେ ପାଣିରେ ଗୋଳା ହୋଇଥିବା କନ୍‌ଫ୍ଲୋର ମିଶାନ୍ତୁ।

ଶେଷରେ ଚିକେନ୍‌କୁ ପକାଇ ଭିନେଗାର ମିଶାଇ ୧୦ ମିନିଟ୍‌ ପାଇଁ ଘୋଡ଼ାଇ ଦିଅନ୍ତୁ। ଗରମ ଗରମ ପରଷନ୍ତୁ।

Comment