ଓଡ଼ିଶାଲାଇଭ୍ ବ୍ୟୁରୋ
୩,୨୭୮ ମେଡିକାଲ ଅଫିସର ପଦବୀ ପାଇଁ ଓପିଏସ୍ସିରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ସମୟ ସୀମା ୧୬ ନଭେମ୍ଵର ୨୦୧୯ରୁ ୦୫ ଡିସେମ୍ଵର ୨୦୧୯ ପର୍ଯ୍ୟନ୍ତ ରଖାଯାଇଛି। ଆବେଦନ କରିବା ପାଇଁ ଓ୍ଵେବସାଇଟ୍ opsconline.gov.in କୁ ଯାଇପାରିବେ।
ସଂରକ୍ଷିତ ପଦବୀ
- ସାଧାରଣ ବର୍ଗ – ୧୩୫୮ (୪୫୩ ମହିଳା)
- ଏସ୍ଇବିସି – ୧୩୬ (୪୫ ମହିଳା)
- ଏସସି – ୭୦୯ (୨୩୬ ମହିଳା)
- ଏସଟି – ୧୦୭୫ (୩୫୮ ମହିଳା)
ଶିକ୍ଷାଗତ ଯୋଗ୍ୟତା
- ପ୍ରାର୍ଥୀ ଭାରତୀୟ ମେଡିକାଲ କାଉନସିଲ୍ ସ୍ଵୀକୃତି ପ୍ରାପ୍ତ ଯେକୌଣସି ମେଡିକାଲ କଲେଜରୁ ଏମ୍ଏମ୍ବିବିଏସ୍ ଡିଗ୍ରୀ ପାସ୍ କରିଥିବା ଦରକାର।
- ପ୍ରାର୍ଥୀ ରେଜିଷ୍ଟ୍ରେସନ ନିୟମ ୧୯୬୫ ଅନୁସାରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ କରିଥିବା ଦରକାର।
ବୟସ ସୀମା
ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ହୋଇଥିବା ଦରକାର। ଏହାସହ ୨ ଜାନୁଆରୀ ୧୯୮୮ ଓ ୧ ଜାନୁଆରୀ ୧୯୯୯ ମସିହା ମଧ୍ୟରେ ପ୍ରାର୍ଥୀଙ୍କ ଜନ୍ମ ତାରିଖ ହେବା ଆବଶ୍ୟକ।
ଚୟନ ପ୍ରକ୍ରିୟା
ମେଡିକାଲ ଅଫିସର ପଦବୀ ପାଇଁ ଲିଖିତ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ୨୦୦ ମାର୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।
ପରୀକ୍ଷା ଫିସ୍
ସାଧାରଣ ବର୍ଗଙ୍କ ପାଇଁ ପରୀକ୍ଷା ଫିସ୍ ୫୦୦ ଟଙ୍କା ରଖାଯାଇଛି। ଏସସି, ଏସଟି, ଶାରୀରିକ ଭିନିନକ୍ଷମଙ୍କୁ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି।
ଆବେଦନ ପ୍ରକ୍ରିୟା
- ଆବେଦନ କରିବା ପୂର୍ବରୁ ପ୍ରଥମେ opsconline.gov.in କୁ ଯାଇ ବିଜ୍ଞାପନକୁ ଭଲ ଭାବରେ ପଢ଼ିବେ।
- ପରେ ଓ୍ଵେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିବେ।