ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବ ଶତ୍ରୁତାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ନୃଶଂସ ଭାବେ ଖଣ୍ଡାରେ ହାଣି କଲେ ହତ୍ୟା। ଏଭଳି ଘଟଣା ଘଟିଛି ପୁରୀ ଜ଼ିଲ୍ଲା ସଦର ଥାନା କରୁଅ ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଖଣ୍ଡାରେ ଅତି ନୃଶଂସ ଭାବେ ଜଣେ ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି। ମୃତକ ଯୁବକ ଜଣକ ହେଲେ ନିକଟସ୍ଥ କଣ୍ଠପୁର ଗାଁର ବୁଲୁ ବିଶ୍ୱାଳ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଏଭଳି କାଣ୍ଡ କରିଛନ୍ତି। ବୁଧବାର ରାତିରେ କରୁଆ ଅଞ୍ଚଳରେ ବୁଲୁକୁ ଏକୁଟିଆ ପାଇ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ହତ୍ୟା କରିବା ପରେ ଦୁର୍ବୁତ୍ତମାନେ ସେଠାରୁ ଫେରାର ହେଇଯାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ହେତୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Comment