ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସ ମେନ୍‌ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓପିଏସ୍‌ସି ଶୁକ୍ରବାର ମେନ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ଜାରି କରିଛି। ତାଲିକାରେ ନିଜ ନାଁ ଅଛି କି ନାହିଁ ଜାଣିବା ପାଇଁ ପ୍ରାର୍ଥୀମାନେ ଓ୍ଵେବସାଇଟ୍‌ www.opsc.gov.in କୁ ଯାଇ ଦେଖି ପାରିବେ। ଏହାସହ ଓପିଏସ୍‌ସି ନୋଟିସ୍‌ ବୋର୍ଡରେ ମଧ୍ୟ ଏହି ତାଲିକା ଲଗା ଯାଇଛି।

ଓପିଏସସି ପ୍ରାର୍ଥୀମାନଙ୍କର ଅସଲି ପ୍ରମାଣପତ୍ର ୨୮ ନଭେମ୍ଵରରୁ ଡିସେମ୍ଵର ପର୍ଯ୍ୟନ୍ତ ହେବ। ଏହାସହ ଡିସେମ୍ଵର ୧୭ରୁ ୨୮ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ସାକ୍ଷାତକାର କରାଯିବ। ତେବେ ଏନେଇ ଖୁବ୍‌ ଶୀଘ୍ର ନୋଟିସ ଜାରି କରାଯିବ ବୋଲି ଓପିଏସ୍‌ସି ସୂଚନା ଦେଇଛି।

ପ୍ରାର୍ଥୀମାନଙ୍କର ପ୍ରବେଶ ପତ୍ର ଓ ବାୟୋ ଡାଟା ଫର୍ମ ଓ୍ଵେବସାଇଟ୍‌ରେ ଅପଲୋର୍ଡ କରାଯିବ। ଅଧିକ ଜାଣିବା ପାଇଁ ଓ୍ଵେବସାଇଟ www.opsc.gov.in କୁ ଯାଇ ପାରିବେ।

Comment