ଓଡ଼ିଶାଲାଇଭ୍‌ ବ୍ୟୁରୋ 2nd Annual Convocation, Birla Global University

“ବୈଷୟିକ ଜ୍ଞାନକୌଶଳ ଏବଂ ଧର୍ମଶାସ୍ତ୍ରକୁ ମଳିତ ଭାବେ ନିଜ ଜୀବନରେ ଉପଯୋଗ କଲେ ଜଣେ ବ୍ୟକ୍ତିର ବିକାଶ ହୋଇପାରିବ। ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନି ଏହାକୁ କାର୍ଯ୍ୟରେ ଲଗାଅ”, ବିର୍ଲା ଗ୍ଲୋବାଲ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ।

2nd Annual Convocation, Birla Global University

ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ପକ୍ଷରୁ ଶନିବାର ଏହାର ଦ୍ୱିତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ଉତ୍ସବରେ ଯୋଗଦେଇ ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଆଇଟି ଖଡଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଣେ ମ୍ୟାନେଜର ଏବଂ ଜଣେ ଲିଡର ମଧ୍ୟରେ କ’ଣ ପ୍ରଭେଦ ରହିଛି ସେ ବଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହିତ ଭବଷ୍ୟତରେ ଜଣେ ଭଲ ଲିଡର୍‌ ହେବା ପାଇଁ ପ୍ରଫେସର ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

2nd Annual Convocation, Birla Global University

ଏହି ଅବସରରେ ବିଜିୟୁ ପରିଚାଳନା କମିଟିର ସଦସ୍ୟ ବିକାଶ କଣ୍ଡୋଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ସ୍ନାତକଲାଭ କରିବା ପରେ ମଧ୍ୟ ଶିକ୍ଷା ଗ୍ରହଣ ଶେଷ ହୋଇନଥାଏ। ଭବିଷ୍ୟତରେ ସମସ୍ୟାକୁ କିଭଳି ଭାବେ ମୁକାବିଲା କରାଯବି ସେନେଇ ଶ୍ରୀ କଣ୍ଡୋଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ କୁଳପତି ଡକ୍ଟର ସୁଧାକର ପଣ୍ଡା ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

2nd Annual Convocation, Birla Global University

ବିମ୍‌ଟେକ୍‌ ଗ୍ରେଟର ନୋଏଡାର ନିର୍ଦ୍ଦେଶକ ଡକ୍ଟର ଏଚ୍‌ ଚତୁର୍ବେଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାଦାନ କ୍ଷେତ୍ରରେ ବିର୍ଲା ପରିବାରର ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ।

ବିର୍ଲା ଗ୍ଲୋବାଲ ୟୁନିଭରସିଟିର ଏହି ସମାବର୍ତ୍ତନ ଉତ୍ସବରେ ଏମ୍‌ବିଏ ବିଭାଗର ଛାତ୍ରୀ ଶିଳ୍ପା ପଟ୍ଟନାୟକଙ୍କୁ ବ୍ୟାଚ୍‌ ଟପ୍ପର ଭାବେ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯାଇଥିଲା। ସେହିପରି ବ୍ୟାଚ୍‌ ଟପ୍ପର ଭାବେ ଜର୍ଣ୍ଣାଲିଜମ ବିଭାଗର ପ୍ରିୟଙ୍କିତା ପ୍ରହରାଜ, କମର୍ସ ବିଭାଗର ଉତ୍ତମ ଅଗ୍ରୱାଲ, ଇକୋନୋମିକ୍ସ ବିଭାଗର ପ୍ରଜ୍ଞା ଦାଶ ଏବଂ ବିବିଏ ବିଭାଗର ବିଶାଳ କର୍ଣ୍ଣାନିଙ୍କୁ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନିତ କରିଥିଲେ।

2nd Annual Convocation, Birla Global University

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳକ ଡକ୍ଟର ବିମଳ ଚନ୍ଦ୍ର ମିଶ୍ର, ବିର୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ପ୍ରଫେସର ପି ନାୟକ, ସ୍କୁଲ ଅଫ୍‌ କମର୍ସର ଡିନ୍‌ ପ୍ରଫେସର ସାମସନ ମହାରଣା, ସ୍କୁଲ ଅଫ୍‌ କମ୍ୟୁନିକେସନର ଏଚ୍‌ଓଡି ପ୍ରଫେସର ଶିବ ଶଙ୍କର ଦାଶ, ସ୍କୁଲ ଅଫ୍‌ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍‌ର କୋଡିନେଟର ପ୍ରଫେସର ଅଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବିଜିୟୁର ରେଜିଷ୍ଟ୍ରାର ଡକ୍ଟର ବି କେ ଦାଶ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ଅନ୍ୟାନ୍ୟଙ୍କ ମଧ୍ୟରେ ବିର୍ଲା ସ୍କୁଲ ଅଫ୍‌ ଲ’ର ଲଳିତ କୁମାର ଦେବ, ଏମ୍‌ବିଏ ବିଭାଗର ପରିଚାଳକ ଡକ୍ଟର ଅର୍ଚ୍ଚନା ଚୌଧୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment