ଓଡ଼ିଶାଲାଇଭ୍ ବ୍ୟୁରୋ

ମିଠା ଖାଉଥିବା ଲୋକମାନଙ୍କ ପାଇଁ ଜିଲାପି ଗୋଟିଏ ସ୍ୱାଦିଷ୍ଟ ମିଷ୍ଠାନ। ଭାରତର ଅଧିକାଂଶ ରାଜ୍ୟରେ ଜିଲାପି ବିକ୍ରି ହେଉଥିବା ଦେଖିବାକୁ ମିଳିଥାଏ। ଜିଲାପି ଖାଇବାକୁ ମଧ୍ୟ ଭାରତୀୟମାନଙ୍କ ପାଖରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ।। ତେବେ ଏହି ଜିଲାପି ଭାରତରୁ ନୁହେଁ। ଏହା ବିଦେଶୀ ରାଷ୍ଟ୍ରରୁ ଭାରତକୁ ଆସିଛି ବୋଲି କେତେକ କହୁଛନ୍ତି।

ସେମାନଙ୍କ କହିବା ଅନୁସାରେ ଆରବ ଦେଶରୁ ଏହି ଜିଲାପି ଭାରତ ଆସିଛି। ଜିଲାପି ଶବ୍ଦଟି ମଧ୍ୟ ଆରବ ଶବ୍ଦରୁ ଆସିଛି। ଜିଲାପିର ପ୍ରକୃତ ନାଁ ହେଉଛି ‘ଜଲବିୟା’। ମଧ୍ୟଯୁଗୀୟ ବହି ‘କିତାବା-ଉଲ୍-ତବିକ’ରେ ଏ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ବୋଲି କୁହାଯାଏ। ଏହି ବହିରେ ଲେଖାହୋଇଛି କି, ‘ଜଲବିୟା’ ପଶ୍ଚିମ ଏସିଆରେ ପ୍ରଥମେ ତିଆରି କରାଯାଇଛି।

ସେହିପରି ଇରାନରେ ମଧ୍ୟ ଜିଲାପି ‘ଜୁଲବିୟା’ ନାମରେ ଖୁବ ପରିଚିତ। କୁହାଯାଏ କି, ୫୦୦ବର୍ଷ ତଳେ ତୁର୍କୀମାନେ ଭାରତ ଆକ୍ରମଣ କରି ବିଜୟୀ ହେବା ପରେ ଏହି ମିଠାଟି ଭାରତକୁ ଆସିଥିଲା।

ବର୍ତ୍ତମାନ ଭାରତର ଅଧିକାଂଶ ସ୍ଥାନରେ ଏହି ଜିଲାପି ଖୁବ ପରିଚିତ। ଭାରତର କେତେକ ରାଜ୍ୟରେ ୩୦୦ଗ୍ରାମର ବଡ଼ ବଡ଼ ଜିଲାପି ମଧ୍ୟ ଦେଖିବାକୁ ମିଳିଥାଏ।

Comment