ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ଵର-ଆନନ୍ଦ ବିହାର ଏକ୍ସପ୍ରେସ। ଭିଏସ୍‌ଏସ୍‌ ନଗର ଲେଭଲକ୍ରସିଂ ଗେଟ୍‌ମ୍ୟାନଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା ଏକ୍ସପ୍ରେସ। ଟ୍ରେନ ଆସୁଥିବା ବେଳେ ମଇଁଷି ପଶିଆସିବାରୁ ଦ୍ରୁତଗତିରେ ଆସୁଥିବା ଟ୍ରେନକୁ ସିଗନାଲ ଦେଖାଇ ଅଟକାଇ ଥିଲେ ଗେଟ୍‌ମ୍ୟାନ।

ଟ୍ରେନ ଆସୁଥିବା ଯୋଗୁଁ ଭିଏସ୍‌ଏସ୍‌ ନଗର ଲେଭଲ କ୍ରସିଂ ପାଖରେ ଗେଟ୍‌ ପଡ଼ିଥିଲା। ହେଲେ କିଛି ମଇଁଷି ପଲ ଟ୍ରେନ ଲାଇନକୁ ଚାଲିଆସିଥିଲେ। ମଇଁଷି ପଲ ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ରେଡ୍‌ ସିଗନାଲ ଦେଇଥିଲେ ଗେଟ୍‌ମ୍ୟାନ। ରେଡ୍‌ ସିଗନାଲ ଦେଖି ଲୋକପାଇଲଟ ଟ୍ରେନକୁ ଅଟକାଇଥିଲେ।

Comment