ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଥିବା ରେଳ ଦୁର୍ଘଟଣା ଯୋଗୁଁ ଏବେ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ଏହି ରୁଟରେ ଚାଲୁଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଏନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଟ୍ରେନ ଚଳାଚଳ ବନ୍ଦ ହୋଇଥିବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ସମେତ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀମାନେ ବସି ରହିଛନ୍ତି। ସେହିପରି ରବିବାର ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନଗୁଡ଼ିକ ଦୁର୍ଘଟଣା ପରେ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅଟକି ରହିଥିବାର ଦେଖିବାକୁ ମିଳିଛି।   

 ବାତିଲ ହୋଇଥିବା ଟ୍ରେନ

  • ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍ 
  • ୧୮୫୨୬ ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍ 
  • ୨୨୮୧୯ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ 
  • ୨୨୮୨୦ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ 
  • ୧୮୫୧୨ ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ
  • ୧୮୫୧୧ କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ
  • ୦୮୫୨୭ ରାୟପୁର-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
  • ୦୮୫୨୮ ବିଶାଖାପାଟଣା-ରାୟପୁର ସ୍ପେଶାଲ୍‌ ଟ୍ରେନ୍
  • ୦୮୫୩୧ ପଲାସା-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍ 
  • ୨୨୮୦୯ ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍ 
  • ୨୨୮୧୦ ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍ 
  • ୧୮୫୧୭ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍
  • ୧୮୫୧୮ ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍
  • ୦୮୫୦୩ ରାୟଗଡା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ୦୭୪୬୯ ବିଜୟନଗରମ-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
  • ୦୭୪୬୮ ବିଶାଖାପାଟଣା- ବିଜୟନଗରମ ସ୍ପେଶାଲ୍‌ ଟ୍ରେନ୍
  • ୦୮୫୨୨ ବିଶାଖାପାଟଣା-ଗୁଣପୁର ସ୍ପେଶାଲ୍‌ ଟ୍ରେନ୍
  • ୦୮୫୨୧ ଗୁଣପୁର-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
  • ୨୨୮୬୦ ଏମଜିଆର୍‌ ଚେନ୍ନାଇ ସେଣ୍ଟ୍ରାଲ୍‌-ପୁରୀ ଏକ୍ସପ୍ରେସ୍‌
  • ୧୭୨୪୪ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍ 
  • ୧୭୨୪୦ ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍ 
  • ୦୭୪୭୦ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌
  • ୦୭୪୭୧ ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ୦୮୫୮୩ ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍‌
  • ୦୮୫୮୪ ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌

ଏବେ ଦୁର୍ଘଟଣାସ୍ଥଳରେ ଏବେ ଘଟଣାସ୍ଥଳରେ ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ସରିଥିବାବେଳେ ଟ୍ରାକ ମରାମତି କାମ ଜାରି ରହିଛି। ରେଳବାଇର ୬୦୦ରୁ ଅଧିକ ଶ୍ରମିକ ଟ୍ରାକ ପୁନରୁଦ୍ଧାର କାମରେ ଲାଗିଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ମରାମତି କାମ ସରିବ। ଏନେଇ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ଵଜିତ ସାହୁ ସୂଚନା ଦେଇଛନ୍ତି।

ରବିବାର ସନ୍ଧ୍ୟାରେ ବିଜୟନଗରମ-ବିଶାଖାପାଟଣା ରେଳ ଲାଇନର ଆଲମଣ୍ଡା ଓ କଣ୍ଟକପାଲ୍ଲୀ ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ଘଟିଥିଲା। ବିଶାଖାପାଟଣାରୁ ପଲାସା ଯାଉଥିବା (୦୮୫୩୨) ପସେଞ୍ଜର ଟ୍ରେନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମେନ ଲାଇନରେ ଅଟକି ରହିଥିଲା। ସେହି ସମୟରେ ବିଶାଖାପାଟଣାରୁ ରାୟଗଡ଼ା ଯାଉଥିବା (୦୮୫୦୪) ପାସେଞ୍ଜର ଟ୍ରେନ ଅଟକିଥିବା ପଲାସା ପାସେଞ୍ଜରକୁ ପଛରୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଓ ମୃତକମାନଙ୍କୁ ବିଜୟନଗରମ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମୃତକମାନଙ୍କୁ ଚିହ୍ନଟ୍ କରାଯାଉଛି। ଏବେ ସୁଦ୍ଧା ୧୩ ଜଣ ମୃତକଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି।

Tags: #TrainAccident #TrainMishap #Vizianagaram #Passengers #EastCoastRailways #AndhraPradesh #India

Comment