ଓଡ଼ିଶାଲାଇଭ୍ ବ୍ୟୁରୋ

ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମେନ୍ ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ଏହି ପରୀକ୍ଷାର ରେଜଲ୍ଟ ୨୦ ଡିସେମ୍ଵର ୨୦୧୯କୁ ବାହାରି ପାରେ ବୋଲି ୟୁପିଏସସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରାର୍ଥୀମାନେ ଓ୍ଵେବସାଇଟ୍ upsc.gov.in କୁ ଯାଇ ନିଜ ରେଜଲ୍ଟ ଦେଖି ପାରିବେ।
ଗତ ବର୍ଷ ମଧ୍ୟ ଡିସେମ୍ଵର ୨୦ରେ ୟୁପିଏସ୍ସି ମେନ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତବର୍ଷ ୟୁପିଏସ୍ସି ମେନ୍ ପରୀକ୍ଷା ସେପ୍ଟେମ୍ଵର ୨୦ରୁ ୨୯ ପର୍ଯ୍ୟନ୍ତ ହୋଇଥିଲା। ଯେଉଁମାନେ ମେନ୍ ପରୀଷାରେ ଉତ୍ତୀନ୍ନ ହେବେ ସେମାନଙ୍କୁ ସାକ୍ଷାତକାରରେ ସାମିଲ କରାଯିବ।
କେମିତି ଦେଖିବେ ରେଜଲ୍ଟ?
ପ୍ରଥମ ସୋପାନ – ପ୍ରଥମେ ଓ୍ଵେବସାଇଟ୍ upsc.gov.in କୁ ଯିବେ।
ଦ୍ଵିତୀୟ ସୋପାନ – UPSC mains result link 2019 ରେ କ୍ଲିକ୍ କରନ୍ତୁ।
ତୃତୀୟ ସୋପାନ – କ୍ଲିକ୍ ପରେ ଗୋଟିଏ ପିଡିଏଫ୍ ଫାଇଲ ଖୋଲିବ। ଯେଉଁଥିରେ ପ୍ରାର୍ଥୀମାନଙ୍କର ନାଁ ରହିଥିବ।
ଚତୁର୍ଥ ସୋପାନ – ନିଜ ନାଁ ପାଇବା ପରେ ଏହାର ଏକ କପି ନିଜ ପାଖରେ ରଖିବା ଆବଶ୍ୟକ।















