ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ (ସିଏପିଏଫ) ଅନେକ ‘ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ସିଏପିଏଫର ବିଭିନ୍ନ ସଂସ୍ଥାରେ ଖାଲିଥିବା ୫୦୬ଟି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପୂରଣ ପାଇଁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ପରୀକ୍ଷା କରାଯିବ।

ଏଥିରେ ପ୍ରାର୍ଥୀମାନେ ଅର୍ଦ୍ଧ ସାମରିକ ବଳର ବିଭିନ୍ନ ବିଭାଗ ଯଥା ବିଏସଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଓ ଏସଏସବିରେ ନିଯୁକ୍ତ ହେବେ। ଏହି ପଦବୀ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷା କରାଯିବ।

ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ମେ’ ୧୪।

ଆପଣମାନେ ଏହି ସବୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ବିଏସଫ – ୧୮୬
  • ସିଆରପିଏଫ – ୧୨୦
  • ସିଆଇଏସଏଫ – ୧୦୦
  • ଆଇଟିବିପି – ୫୮
  • ଏସଏସବି – ୪୨

ଯୋଗ୍ୟତା

  • ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତି କମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ୟୁପିଏସସିର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ମିଳିବ।

ଚୟନ ପ୍ରକ୍ରିୟା  

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରିଲିମିନାରୀ ପରୀକ୍ଷା ଦେବାକୁ ହେବ
  • ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେବେ
  • ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଶାରୀରିକ ପରୀକ୍ଷା କରାଯିବ
  • ଏହାପରେ ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ୟୁପିଏସସିର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ୟୁପିଏସସିର ୱେବସାଇଟ୍ www.upsconline.nic.in କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପରୀକ୍ଷା ପାଇଁ ସାଧରଣ ବର୍ଗର ପ୍ରାର୍ଥୀମାନଙ୍କୁ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।

ଏହି ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ୟୁପିଏସସି ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ୟୁପିଏସସିର ୱେବସାଇଟରେ ଉପଲବ୍ଧ।

Tags: #AssistantCommandant #CAPF #EmploymentOpportunity #UPSC #India

LEAVE A REPLY

Please enter your comment!
Please enter your name here