ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍‌-୨୦୧୯ ପାରିତ କରିଛନ୍ତି। ଏହି ବିଲ୍‌ ପାସ୍‌ ହେବା ଫଳରେ ପୁରୀ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଏହି ବିଲ୍‌ ପାସ୍‌ ହେବା ପରେ ବାଚସ୍ପତି ଗୃହକୁ ଦୁଇ ଦିନ ପାଇଁ ମୁଲତବି ଘୋଷଣା କରିଛନ୍ତି।

ପୁରୀ ଗୋବର୍ଦ୍ଧନ ମଠ ସହ ରାଜ୍ୟର ରାଜ୍ୟର ୧୮ ହଜାରରୁ ଅଧିକ ଧାର୍ମିକ ସଂସ୍ଥା ଦେବୋତ୍ତର ବିଭାଗ ଅଧିନରେ ରହିଛି। ଗୋବର୍ଦ୍ଧନ ମଠ ଆଦି ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିବାରୁ ଏହାକୁ ଅନ୍ୟ ଧାର୍ମିକ ସଂସ୍ଥା ସହ ତୁଳନା କରାଯାଇ ପାରିବ ନାହିଁ। ଏଣୁ ଗୋବର୍ଦ୍ଧନ ମଠର ଧାର୍ମିକ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ରୁ ବାଦ୍‌ ଦିଆଯାଇଛି।

ଦେବୋତ୍ତର ବିଭାଗ ଅଧିନରୁ ଗୋବର୍ଦ୍ଧନ ମଠକୁ ମୁକ୍ତ କରିବା ପାଇଁ ପୂର୍ବରୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଶୁକ୍ରବାର ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ-୨୦୧୯ ଆଗତ କରିଥିଲେ।

Comment