ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍ଷ୍ମୀପୁରର ବିଜେଡ଼ି ବିଧାୟକ ପ୍ରଭୁ ଜାନିଙ୍କ ଉପରେ ଓଡ଼ିଶା ହାଇକୋର୍ଟ ଦୁଇ ହଜାର ଟଙ୍କା ଜରିମାନା କରିଛନ୍ତି। ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ଯେଉଁ ମକଦ୍ଦମା ରୁଜୁ କରାଯାଇଛି ତାହାର ଉତ୍ତର ଦେଇ ନଥିବାରୁ ବିଧାୟକ ଏହି ଜରିମାନାର ଶିକାର ହୋଇଛନ୍ତି।

କୋରାପୁଟ ଲୋକସଭା ଅଧୀନରେ ଆସୁଥିବା ଲକ୍ଷ୍ମୀପୁର ନିର୍ବାଚନକୁ ଅସିଦ୍ଧ କରିବା ପାଇଁ ପରାଜିତ ପ୍ରାର୍ଥୀ କଂଗ୍ରେସର କୈଳାସ ଚନ୍ଦ୍ର କୁଲେସିକା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ନୋଟିସକୁ ବେଖାତିର କରିବା ଓ ଜବାବ ଦାଖଲ ନକରିବା ଯୋଗୁଁ ମାମଲା ଶୁଣିବାରେ ବିଳମ୍ବ ହେଉଥିବାରୁ କୋର୍ଟ ଜାନିଙ୍କ ଉପରେ ଏହି ଜରିମାନା ପକାଇଛନ୍ତି।

ହାଇକୋର୍ଟ ପକ୍ଷରୁ ଡିସେମ୍ବର ୪ ତାରିଖକୁ ନୂଆ  ତାରିଖ ନିର୍ଦ୍ଧାରଣ କରାଯାଇଛି। ସେହି ତାରିଖ ସୁଦ୍ଧା ବିଧାୟକଙ୍କୁ ତାଙ୍କ ଜବାବ ଦାଖଲ କରିବାକୁ ପଡ଼ିବ। ଜାନି ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିବା ବେଳେ ଅନେକ ତଥ୍ୟ ଲୁଚାଇଥିଲେ ବୋଲି କୁଲେସିକା ତାଙ୍କ ଆବେଦନର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କୁଲେସିକା ଜାନିଙ୍କଠାରୁ ମାତ୍ର ୨୨୯ ଭୋଟରେ ହାରିଯାଇଥିଲେ।

Comment