ଓଡ଼ିଶାଲାଇଭ୍‌ ବ୍ୟୁରୋ

“ସାଇକେଲିଂ ହେଉଛି ଏକ ପ୍ରକାରର ସ୍ପୋର୍ଟ୍‌ସ। ହେଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବାରେ ଏହା ହେଉଛି ଏକ ସହଜ ମାଧ୍ୟମ। ସାଇକେଲ ବ୍ୟବହାର କଲେ ଆପଣଙ୍କୁ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଯେତେବେଳେ ଚାହିଁବେ ଯେଉଁଠିକି ଚାହିଁବେ, ସାଇକେଲ ସାହାଯ୍ୟରେ ନିଜର ଗନ୍ତବ୍ୟସ୍ଥଳକୁ ଯାଇପାରିବେ” ଏକଥା କହିଛନ୍ତି ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର।

ଯାନବାହାନ ବ୍ୟବହାର ଦ୍ୱାରା ସେଥିରୁ ନିର୍ଗତ ଧୂଆଁ ପରିବେଶକୁ ପ୍ରଦୂଷଣ କରିଥାଏ। ହେଲେ ସାଇକେଲ ବ୍ୟବହାର କଲେ ଆମେ ଏକ ସୁସ୍ଥ ସବଳ ପରିବେଶ ଗଠନ କରିବାରେ ଆଉ ପାଦେ ଆଗକୁ ବଢ଼ିବା ବୋଲି କହିଛନ୍ତି ସିଦ୍ଧାନ୍ତ।

“ମତେ ମୋ ଗନ୍ତବ୍ୟସ୍ଥଳକୁ ଯିବାକୁ ହେଲେ ମୁଁ ଗାଡ଼ିରେ ଯାଇପାରିବ, ସାଇକେଲରେ ମଧ୍ୟ ଯାଇପାରିବେ। ଗାଡ଼ି ଅପେକ୍ଷା ମୁଁ ସାଇକେଲରେ ଗଲେ ଯିବା ସମୟରେ ମୋର ଶାରୀରିକ ବ୍ୟାୟାମ ହେବ। ଏହା ସହିତ ମୁଁ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିପାରିବି”, ସାଇକେଲର ଉପକାରିତାକୁ ଏମିତି ଉଦାହରଣ ଦେଇ ବୁଝାଇଛନ୍ତି ସିଦ୍ଧାନ୍ତ।

ସିଦ୍ଧାନ୍ତ ଚ୍ୟାଲେଞ୍ଜ୍‌ କରି କହିଛନ୍ତି, “ଯଦି ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏଲ୍‌ଭି ପ୍ରସାଦ ଆଇ ହସ୍ପିଟାଲକୁ ମୁଁ ସାଇକେଲ୍‌ରେ ବାହାରିବି ଏବଂ ମୋ ସାଙ୍ଗରରେ ଅନ୍ୟ ଏକ ବ୍ୟକ୍ତି ଗାଡ଼ିରେ ବାହାରିବ, ତେବେ ଚ୍ୟାଲେଞ୍ଜ କରୁଛି ବିନା ଟ୍ରାଫିକ୍‌ ନିୟମ ଭାଙ୍ଗି ମୁଁ ତାଙ୍କୁଠାରୁ ପ୍ରଥମେ ଏଲ୍‌ଭି ପ୍ରସାଦ ଆଇ ହସ୍ପିଟାଲରେ ପହଞ୍ଚିବି।”

ସ୍ୱାସ୍ଥ୍ୟ କ୍ଷେତ୍ରରେ ସାଇକେଲ

“ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ପ୍ରତି ନିଜକୁ ଚିନ୍ତା କରିବା ଦରକାର। ସାକକେଲିଂ ଦ୍ୱାରା ଆମେ ଏକ ପ୍ରକାରର ଶରୀରିକ ବ୍ୟାୟାମ କରିଥାଉ। ଏହା ଫଳରେ ଆମେ ଶରୀରରେ ଥିବା ବିଭିନ୍ନ ରୋଗକୁ ମଧ୍ୟ ଏହି ବ୍ୟାୟାମ ଦ୍ୱାରା ଦୂର କରିବାରେ ସକ୍ଷମ ହୋଇଥାଉ” ସିଦ୍ଧାନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,”ଯାନବାହନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ। ପ୍ରଦୂଷିତ ପରିବେଶ ପ୍ରଭାବ ଆମେ ବିଭିନ୍ନ ରୋଗରେ ପଡ଼ିଥାଏ। ହେଲେ ସାଇକେଲ ବ୍ୟବହାର କଲେ ପ୍ରଦୂଷଣକୁ ଦୂର କରିବା ସହିତ ପରୋକ୍ଷରେ ଆମେ ଆମ ଶରୀରକୁ ସୁସ୍ଥ ରଖିଥାଉ।”

ପରିବେଶ ସୁରକ୍ଷା କ୍ଷେତ୍ରରେ ସାଇକେଲ

ବର୍ତ୍ତମାନ ସମୟରେ ଦେଶରେ ଯାନବାହନ ବ୍ୟବହାର ବହୁଳ ଭାବେ ହେଉଛି। ସେଥିରୁ ନିର୍ଗତ ପ୍ରଦୂଷିତ ଧୁଆଁ ଆମ ପରିବେଶକୁ ପ୍ରଦୂଷିତ କରିଥାଏ। ହେଲେ ସାଇକେଲ ବ୍ୟବହାର କରିବା ଦ୍ୱାରା ଆମେ ଆମ ପରିବେଶକୁ ସୁସ୍ଥ ରଖିବାରେ ସକ୍ଷମ ହୋଇଥାଉ।

ଦେଶର ଅର୍ଥନୀତିରେ ସୁଧାର ଆଣିବାରେ ସାଇକେଲ

ସାଇକେଲ ବ୍ୟବହାର କରିବା ଦ୍ୱାରା ଜଣେ ବ୍ୟକ୍ତି ଦେଶର ଅର୍ଥନୀତିକୁ ମଧ୍ୟ ସୁଧାରିବା ସହାୟକ ହୋଇପାରିବ ବୋଲି ସିଦ୍ଧାନ୍ତ କହିଛନ୍ତି। ସେ କହିଛନ୍ତି, “ଯାନବାହନ ବହୁଳ ବ୍ୟବହାର କରିବା ଫଳରେ ଏହାର ଇନ୍ଧନର ଆମଦାନୀ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯାହା ଆମ ଅର୍ଥନୀତିକୁ ପ୍ରଭାବିତ କରୁଛି। ହେଲେ ଅଧିକରୁ ଅଧିକ ଲୋକ ସାଇକେଲ ବ୍ୟବହାର କରିବେ, ଏହା ଦ୍ୱାରା ଆମେ ଉକ୍ତ ଇନ୍ଧନକୁ ବଞ୍ଚାଇ ପାରିବା। ଏହା ଆମ ଦେଶ ଅର୍ଥନୀତିକୁ ମଧ୍ୟ ସୁସ୍ଥ କରିବାରେ ସହାୟକ ହେବ।”

ଆଲମ୍ପିକ୍ସ ହେଉ ବା କମନୱେଲ୍‌ଥ, ସ୍ପୋର୍ଟସ୍‌ ହିସାବରେ ସାଇକେଲିଂକୁ ସାଧାରଣତଃ ଦେଖାଯାଏ। ହେଲେ ଆଉ ପାଦେ ଆଗକୁ ନେଇ ଚିନ୍ତା କଲେ, ଆମେ ସାଇକେଲିଂ ଦ୍ୱାରା ଶାରୀରିକ ବ୍ୟାୟାମ କରୁଛେ। ଏହା ସହିତ ପରିବେଶକୁ ସୁସ୍ଥ ରଖିବା ସହ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।

ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ (ଏଲ୍‌ଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ‘ମାଇଁସାଇକ୍ଲୋଥନ – ବେଟର୍‌ ହେଲ୍‌ଥ, ବେଟର୍ ସାଇଟ୍’ ନାଁରେ ଏକ ସାଇକେଲ୍ ଯାତ୍ରାର ଆୟୋଜନ କରାଯାଉଛି। ଆଗାମୀ ଜାନୁଆରି ମାସ ୧୯ ତାରିଖରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରୁ ଏହି ସାଇକେଲ ଯାତ୍ରାର ଶୁଭାରମ୍ଭ କରାଯିବ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହାର ବ୍ରାଣ୍ଡ ଆମ୍ବାସଡ ଅଛନ୍ତି। ଏହି କାର୍ଯ୍ୟକ୍ରମର ଡିଜିଟାଲ ପାର୍ଟନର ଅଛି ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡଆ ଓଡ଼ିଶାଲାଇଭ୍‌।

Comment