ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋମବାର ଜାତୀୟ ଅପସ୍ମାର ଦିବସ ପାଳନ ହୋଇଯାଇଛି। ସମ୍ ହସ୍ପିଟାଲ୍‌ର ସ୍ନାୟୁରୋଗ ବିଭାଗ ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ରୋଗୀ ଓ ରୋଗୀ ସମ୍ପର୍କୀୟମାନଙ୍କୁ ଅପସ୍ମାର ରୋଗ ବିଷୟରେ ଅବଗତ କରାଇବା ସହ ଏହାର କିପରି ଉପଶମ ହୋଇପାରିବ ଏହା ସଚେତନତା ମାଧ୍ୟମରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ଚିକିତ୍ସାକର୍ମୀ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍ମଚାରୀ ଯୋଗ ଦେଇଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପୁଷ୍ପରାଜ ସାମନ୍ତସିଂହାର, ସ୍ନାୟୁ ରୋଗ ବିଭାଗ ମୁଖ୍ୟ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ, ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍ ଚୌଧୁରୀ, ଅଜିତ୍ ପ୍ରସାଦ ମିଶ୍ର, ଲୁଲୁପ କୁମାର ସାହୁ, ରାମ ଚନ୍ଦ୍ର ଦେଓ ଏବଂ ସୌଭାଗ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Comment