ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ମାନ୍ଥନ ଚାଲିଥିଲା। ପ୍ରାୟ ୫୦ ମିନିଟ୍ ଧରି ଆଲୋଚନା ଚାଲିଥିଲା। ସୋନିଆ ଏବଂ ପାୱାରଙ୍କ ଭିତରେ କ’ଣ ଆଲୋଚନା ହେଲା ତାହା ଜଣାପଡ଼ି ନାହିଁ।

ସୋନିଆଙ୍କ ସହିତ ଆଲୋଚନା ଶେଷ ହେବା ପରେ ପାୱାର ଦିଲ୍ଲୀସ୍ଥିତ ନିଜ ବାସଭବନକୁ ଆସିଛନ୍ତି। ସେଠାରେ ସେ ଅଜିତ ପାୱାରଙ୍କ ସହ ଆଲୋଚନା କରିବା ପରେ ଶିବସେନା ନେତା ସଞ୍ଜୟ ରାଉତ ପାୱାରଙ୍କୁ ଭେଟିବେ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ଶିବସେନା ସରକାର ଗଠନ ପାଇଁ ପ୍ରୟାସ ଚଳାଇଛି। ଏନ୍‌ସିପି ଏବଂ କଂଗ୍ରେସ ସହ କଥାବାର୍ତ୍ତା ଚଳାଇଛି। ହେଲେ ସରକାର ଗଠନ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ।

ଶିବସେନାକୁ ଏନ୍‌ସିପି ଏବଂ କଂଗ୍ରେସ ସମର୍ଥନ ଦେବେ କି ନାହିଁ ତାକୁ ନେଇ ମହାରାଷ୍ଟ୍ରରେ ବାରମ୍ବାର ବୈଠକ ବସିଥିଲା। ହେଲେ କୌଣସି ନିର୍ଯ୍ୟାସ ନବାହାରିବାରୁ ସୋନିଆ ଗାନ୍ଧୀଙ୍କୁ ପାୱାର ଭେଟି ଆଲୋଚନା କରିଛନ୍ତି।

Comment