ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆଉ ବାରମ୍ବାର ନିର୍ଦ୍ଦେଶାଳୟ ଦୌଡ଼ିବାକୁ ପଡ଼ିବ ନାହିଁ। ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ଦେଇପାରିବେ ନିରାପତ୍ତା ପ୍ରମାଣପତ୍ର। ବିଭିନ୍ନ ବାସଗୃହ ଏବଂ ବିଲ୍ଡିଂ ନିର୍ମାଣ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆବଶ୍ୟକ ପଡ଼େ।

ଏହି ପ୍ରମାଣପତ୍ର ପାଇବା ପାଇଁ ଘର ମାଲିକଙ୍କୁ ଅଗ୍ନିସେବା ନିର୍ଦ୍ଦେଶାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼େ। ହେଲେ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏଣିକି କ୍ଷେତ୍ରୀୟ କର୍ମଚାରୀଙ୍କୁ ପ୍ରମାଣପତ୍ର ଦେବା ଲାଗି କ୍ଷମତା ଦେଇଛନ୍ତି ରାଜ୍ୟ ସରକାର।

ଆବେଦନ କରିବାର ୧୮ ଦିନ ଭିତରେ ଏହି ପ୍ରମାଣପତ୍ର ମିଳିବ। ପ୍ରମାଣପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳତ୍ତର ରହିବ। ଆବାସିକ କୋଠାବାଡ଼ି କ୍ଷେତ୍ରରେ ଏହା ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।ସେହିପରି ୨୦୧୦ ଏପ୍ରିଲ ସୁଦ୍ଧା ଅଗ୍ନି ପରୀକ୍ଷା ଅନୁମୋଦନ ଏବଂ ପ୍ରମାଣପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନ୍‌ ଲାଇନ୍‌ ଜରିଆରେ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

Comment