ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ଋତୁଚକ୍ର ସମୟରେ ପରିଚ୍ଛନତା ଅଭାବରୁ ସଂକ୍ରମଣ ଓ ରୋଗ ହେବାର ଆଶଙ୍କା ଅଧିକ ଥାଏ। ସାନିଟାରୀ ପ୍ୟାଡ୍‌ର ବ୍ୟବହାର ଓ ଏହି ସମୟରେ କେମିତି ପରିସ୍କାର ରହିଲେ ରୋଗ ଆକ୍ରାନ୍ତ କରିବ ନାହିଁ, ସେ ବିଷୟରେ ପ୍ରାୟ କମ୍‌ ମହିଳା ଧ୍ୟାନ ଦେଇଥା’ନ୍ତି। ତେବେ ଜାଣନ୍ତୁ, ମାସିକ ଋତୁଚକ୍ର ସମୟରେ କିପରି ପରିସ୍କାର ପରିଚ୍ଛନତା ନେବେ।

ମାସିକ ଋତୁଚକ୍ର ସମୟରେ ଅଲଗା ଅନ୍ତବସ୍ତ୍ର ବ୍ୟବହାର କରନ୍ତୁ। କିଛି ମହିଳା ଅଛନ୍ତି, ଯେଉଁମାନେ ଋତୁସ୍ରାବ ସମୟରେ ଯେଉଁ ଅନ୍ତବସ୍ତ୍ର ପିନ୍ଧନ୍ତି ଅନ୍ୟଦିନେ ବି ସେହି ଅନ୍ତବସ୍ତ୍ର ପିନ୍ଧିଥା’ନ୍ତି, ଯାହା ସଂକ୍ରମଣ ହେବାର ଗୋଟେ କାରଣ।

ଏହି ସମୟରେ ମହିଳାମାନେ ନିଜର ପିନ୍ଧୁଥିବା ଅନ୍ତବସ୍ତ୍ରକୁ ଗରମ ପାଣିରେ ଧୋଇ ଡେଟଲ ପକାଇ ୧୦ ମିନିଟ୍‌ ବୁଡ଼ାଇ ରଖନ୍ତୁ। ଏହା କରିବା ଫଳରେ କପଡ଼ାରୁ କୀଟାଣୁ ମରିଯାଇଥାଏ ଏବଂ ଏହାକୁ ଖରାରେ ଶୁଖାଇ ରଖନ୍ତୁ। ଟାଣ ଖରାରେ ଶୁଖାଇବା ଫଳରେ ବି କପଡ଼ାରୁ ଜୀବାଣୁ ମରିଯାଏ।

ମାସିକ ଋତୁଚକ୍ର ସମୟରେ ଦିନକୁ ଦୁଇଥର ଅନ୍ତବସ୍ତ୍ରକୁ ବଦଳାନ୍ତୁ।

ଏହି ସମୟରେ ରାତିରେ ଶୋଇବାବେଳେ ଲିକ୍‌କେଜ୍‌ ହେବାର ସମ୍ଭାବନା ଥାଏ। ଅପରିଷ୍କାର ଓ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ବେଡ୍‌ସିଟ୍‌ ଓ ଚାଦର ବଦଳାନ୍ତୁ। ଏହାକୁ ଡେଟଲ୍‌ ବା ଅନ୍ୟ କୌଣସି ସରଥଟାଇଜର ବ୍ୟହାର କରି ଧୁଅନ୍ତୁ।

ମାସିକ ଋତୁଚକ୍ର ସମୟରେ ସବୁବେଳେ କଟନ୍‌ର ସାନିଟାରୀ ପ୍ୟାଡ୍‌ ବ୍ୟବହାର କରନ୍ତୁ।

ଏକ୍ସରସାଇଜ୍‌ କରିବା ପରେ ନିଜ ଗୁପ୍ତାଙ୍ଗକୁ ଭଲ ଭାବରେ ନଖ ଉଷୁମ୍‌ ପାଣିରେ ଧୋଇ ସଫା ରଖନ୍ତୁ। ଏହି ଦିନମାନଙ୍କରେ ଦିନକୁ ତିନିଥର ସାନିଟାରୀ ପ୍ୟାଡ୍‌ ବଦଳାନ୍ତୁ ଏବଂ ପରିସ୍କାର ରଖନ୍ତୁ।

ନିଜ ଗୁପ୍ତାଙ୍ଗକୁ ଖାଲି ଉଷୁମ୍‌ ପାଣିରେ ଧୁଅନ୍ତୁ। ସାବୁନ୍‌ର ବ୍ୟବହାର ଭୁଲରେ ବି କରନ୍ତୁ ନାହିଁ।

Comment