ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଆସିଛି ପଢୁଆଁ ଅଷ୍ଟମୀ ଭାର। ଏହି ଭାରରେ ଅଛି ବିରି, ଚାଉଳ, ନଡ଼ିଆ, ଗୁଡ଼, ପାନ, ଗୁଆ, ନୂଆ ବସ୍ତ୍ର ଏବଂ ବିଭିନ୍ନ ଫଳ। ପଢୁଆଁ ଅଷ୍ଟମୀରେ ଏସବୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହେବ।

କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଥିଲା। କୁହାଯାଉଛି ୧୨୨୬ ଗ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ଶାସନ କାଳରୁ ମହାପ୍ରଭୁଙ୍କ ପାଇଁ ନିଆଳି ମାଧବ ମନ୍ଦିରରୁ ଭାର ଆସୁଥିଲା। ହେଲେ କିଛି ବର୍ଷ ହେଲା ଏହି ପରମ୍ପରା ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ ପୁଣି ଥରେ ଏହି ପରମ୍ପରା ଆରମ୍ଭ ହୋଇଛି।

ନିଆଳି ମାଧବ ମନ୍ଦିରରୁ ଅଷ୍ଟମୀ ଭାର ବଡ଼ଦାଣ୍ଡରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ଏହାକୁ ବଡ଼ ଦେଉଳକୁ ନିଆଯାଇଥିଲା। ଲୋକେ ବାହାଙ୍ଗିରେ ଭାର ଆଣି ଆସିଥିଲେ। ସଂକୀର୍ତ୍ତନ ଏବଂ ନାଚ ଗୀତରେ ଭାରକୁ ଶ୍ରୀମନ୍ଦିରକୁ ନିଆଯାଇଥିଲା।

Comment