ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଅଧିକାଂଶ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ଦେଖାଯାଉଛି। ଏହି ଚକ୍ଷୁ ସମସ୍ୟା ମଧ୍ୟରୁ ସୁବୁଠୁ ବେଶୀ ଲୋକ ମାୟୋପିଆ ବା ସମୀପ ଦୃଷ୍ଟି ଦୋଷର ଶିକାର ହେଉଛନ୍ତି। ମାୟୋପିଆ ରୋଗ କ’ଣ, ଏହା କାହିଁକି ହୋଇଥାଏ ଏବଂ ଏହାର ଉପଚାର କ’ଣ ଏ ସଂପର୍କରେ ବିସ୍ତୃତ ଭାବେ ଓଡ଼ିଶାଲାଇଭକୁ କହିଛନ୍ତି ଏଲଭିପିଆଇ କ୍ୟାମ୍ପସ ଡାଇରେକ୍ଟର ଡାକ୍ତର ସୂର୍ଯ୍ୟସ୍ନାତ ରଥ।

‘ମାୟୋପିଆ’ ହେଉଛି ଏକପ୍ରକାର ଚକ୍ଷୁ ସମସ୍ୟା। ଏହାକୁ ‘ନିକଟ ଦୃଷ୍ଟିଦୋଷ’ ବା ‘ସମୀପ ଦୃଷ୍ଟିଦୋଷ’ ବୋଲି କୁହାଯାଏ। ଅର୍ଥାତ୍‌ ଯାହାର ମାୟୋପିଆ ଥିବା ସେମାନେ କେବଳ ଆଖି ନିକଟରେ ଥିବା ବସ୍ତୁଗୁଡିକୁ ଦେଖିବାକୁ ସକ୍ଷମ ହୁଅନ୍ତି। ଦୂର ଜିନିଷଗୁଡ଼ିକୁ ଦେଖିବାରେ ସେମାନେ ବ୍ୟକ୍ତି ଅସୁବିଧା ଅନୁଭବ କରିଥାନ୍ତି। ଏକ ସାଧାରଣ ସମସ୍ୟା। ବିଶେଷ କରି ଏହି ସମସ୍ୟା ଶିଶୁ ଓ କିଶୋରମାନଙ୍କଠାରେ ଦେଖାଯାଉଛି’’, କହିଛନ୍ତ ଡାକ୍ତର ସୂର୍ଯ୍ୟସ୍ନାତ ରଥ।

ଏହି ସମସ୍ୟା ଏବେ ପ୍ରାୟ ୧୦ରୁ ୧୨ ପ୍ରତିଶତ ପିଲାଙ୍କ ମଧ୍ୟରେ ମାୟୋପିଆ ଲକ୍ଷଣ ଦେଖାଯାଉଛି। ୬ରୁ ୧୬ ବର୍ଷର ପିଲାଙ୍କଠାରେ ମାୟୋପିଆ ସମସ୍ୟା ଅଧିକ ଦେଖାଯାଉଥିଲା ବେଳେ ଦିନକୁ ଦିନ ମାୟୋପିଆ ଚକ୍ଷୁ ସମସ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କ କହିବା ଅନୁସାରେ ୨୦୫୦ ସୁଦ୍ଧା ସଂପୂର୍ଣ୍ଣ ବିଶ୍ୱରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାର ଆକଳନ କରାଯାଉଛି। ଆଧୁନିକ ଜୀବନଶୈଳୀ ହିଁ ଏହି ସମସ୍ୟାର ମୁଖ୍ୟ କାରଣ ବୋଲି।

ମାୟୋପିଆର ଲକ୍ଷଣ

  • ଯଦି ଆପଣଙ୍କ ପିଲା ସ୍କୁଲରେ ବ୍ଲାକ୍ ବୋର୍ଡ ଦେଖାଯାଉନାହିଁ ବୋଲି କହୁଛି କିମ୍ବା ରାସ୍ତାରେ ଗଲାବେଳେ ଦୂରରୁ ରାସ୍ତାକଡ଼ରେ ଲାଗିଥିବା ହୋର୍ଡିଂ ଠିକ ଭାବେ ଦେଖାଯାଉନାହିଁ ବୋଲି କହୁଛି, ତେବେ ଜାଣିବେ, ତା’ର ମାୟୋପିଆ ସମସ୍ୟା ରହିଛି।
  • ପିଲା ଯଦି ଅତି ନିକଟରୁ ବହି ପଢ଼ିବାକୁ ଚେଷ୍ଟା କରୁଛି, ତାହାଲେ ମଧ୍ୟ ଏହା ମାୟୋପିଆର ଲକ୍ଷଣ

ମାୟୋପିଆର କାରଣ କ’ଣ ?

  • ‘ମାୟୋପିଆ’ ସମସ୍ୟା ବା ରୋଗରେ ପୀଡ଼ିତ ହେବାର ବିଭିନ୍ନ କାରଣ ରହିଛି। ପ୍ରଥମତଃ ପିଲାମାନେ ଅଧିକ ସମୟ ମୋବାଇଲ୍ ଦେଖିବା ଦ୍ୱାରା ଏହି ସମସ୍ୟ ହୋଇଥାଏ।
  • ଦ୍ୱିତୀୟରେ ଲାପଟପ୍ ଓ ଟିଭି ପାଖରୁ ଦେଖିବା କାରଣରୁ ମଧ୍ୟ ମାୟୋପିଆ ହୋଇଥାଏ। ଗାଁ ଗହଳି ପିଲାଙ୍କ ତୁଳନାରେ ସହରର ପିଲାଙ୍କଠାରେ ଅଧିକ ମାୟୋପିଆର ଲକ୍ଷଣ ଦେଖାଯାଇଥାଏ। ଆଧୁନିକ ଜୀବନଶୈଳୀ ମଧ୍ୟ ଏହି ରୋଗର ଅନ୍ୟତମ କାରଣ ଅଟେ। ମାଆ ବାପାଙ୍କର ମାୟୋପିଆ ଥିଲେ ପିଲାଙ୍କୁ ହେବାର ଆଶଙ୍କା ଅଧିକ ଥାଏ।

‘ମାୟୋପିଆ ଉପଚାର :-

– ପିଲାଙ୍କଠାରେ ମାୟୋପିଆର ଲକ୍ଷଣ ଦେଖାଦେବା କ୍ଷଣି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଚକ୍ଷୁ ବିଶେଷଜ୍ଞ ପରୀକ୍ଷା ସାରିବା ପରେ ତାଙ୍କ ପରାମର୍ଶରେ ସଠିକ ଚଷମା ବ୍ୟବହାର କରନ୍ତୁ।

–  ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ ଲେନ୍ସ ବ୍ୟବହାର ବା ଅସ୍ତ୍ରୋପଚାର କରାଯାଇପାରିବ

– ପିଲାମାନେ ଅତି କମରେ ଦୁଇରୁ ତିନି ଘଣ୍ଟା ଘର ବାହାରେ ସମୟ କଟାଇବା ଦରକାର।

– ପିଲାମାନଙ୍କୁ ଅଧିକ ସମୟ ଲାପ୍ଟପ୍ ବ୍ୟବହାର ଓ ଟିଭି ଦେଖିବାରୁ ବାରଣ କରନ୍ତୁ।

‘‘ପିଲାଙ୍କଠାରେ ‘ମାୟୋପିଆ’ ଲକ୍ଷଣ ଦେଖା ହେବା କ୍ଷଣି ଏହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ, ତେବେ ଏହାଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କିପରି ଅଧିକରୁ ଅଧିକ ଶିଶୁ ଓ କିଶୋର ମାୟୋପିଆରେପୀଡ଼ିତ ନହେବେ ସେଥିପାଇଁ ସଚେତନତା ସୃଷ୍ଟି କରିବା‘‘, କହିଛନ୍ତି ଡାକ୍ତର ସୂର୍ଯ୍ୟସ୍ନାତ ରଥ।

Comment