ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା ଅନ୍ତର୍ଗତ ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ୍‌ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିବାବେଳେ ତାଙ୍କ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ମହିଳା ଜଣକ ଅଚେତ ରହିଥିବାରୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ନିଛାଟିଆ ରାସ୍ତାରେ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି। ତେବେ ଏହି ଘଟଣା ବାବଦରେ ସ୍ଥାନୀୟ ଲୋକେ ବାଣପୁର ପୋଲିସ୍‌କୁ ଅବଗତ କରାଇଛନ୍ତି।

Comment