ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର ଗୋଟିଏ ଦିନ ପରେ ଶୁକ୍ରବାର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଖେଳିବ ନିଜର ପ୍ରଥମ ‘ପିଙ୍କ୍ ବଲ୍ ଟେଷ୍ଟ’। ଏଥିପାଇଁ ମଙ୍ଗଳବାର ଟିମ୍ ଇଣ୍ଡିଆ କୋଲକାତାରେ ମଧ୍ୟ ପହଞ୍ଚିସାରିଛି। ତେବେ ମ୍ୟାଚକୁ ନେଇ ଏବେ ସାରା ଦେଶରେ ଉତ୍ସାହ ଲାଗିରହିଛି।

ମ୍ୟାଚ୍ ଆୟୋଜନ ହେବା ପୂର୍ବରୁ ସାରା କୋଲକାତା ସହରକୁ ଗୋଲାପୀ ରଙ୍ଗରେ ସଜାଯାଇଛି। ଷ୍ଟାଡିୟମଠାରୁ ଆରମ୍ଭ କରି ବେଙ୍ଗଲ କ୍ରିକେଟର ଅଫିସ୍ ପର୍ଯ୍ୟନ୍ତ ସବୁଠି ଏବେ ଗୋଲାପୀ ରଙ୍ଗର ଆଲୋକମାଳା ଦେଖିବାକୁ ମିଳୁଛି। ଡେ-ନାଇଟ୍ ଟେଷ୍ଟରେ ପ୍ରଥମ କରି ଭାରତୀୟ ଦଳ ଗୋଲାପୀ ବଲରେ ଟେଷ୍ଟ ମ୍ୟାଚ୍ ଖେଳିବ। ଏଥିପାଇଁ ଇଡେନ୍ ଗାର୍ଡେନକୁ ମଧ୍ୟ ଗୋଲାପୀ ରଙ୍ଗରେ ସଜାଯାଇଛି।

କୋଲକାତା ଟେଷ୍ଟ ପାଇଁ ଖେଳାଳିଙ୍କ ଭିତରେ ମଧ୍ୟ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ରାହାଣେ ମଧ୍ୟ ତାଙ୍କ ସୋସିଆଲ୍ ଆକାଉଣ୍ଟରେ ପିଙ୍କ୍ ବଲକୁ ସ୍ୱପ୍ନରେ ଦେଖୁଥିବା ଭଳି ଏକ ଫୋଟୋ ସେଆର କରିଛନ୍ତି।

ଆସନ୍ତା ନଭେମ୍ବର ୨୨ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଇର୍ଡେନ୍ ଗାର୍ଡେନରେ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ଆଇସିସି ନିୟମ ଅନୁଯାୟୀ ପିଙ୍କ୍ ବଲର ବ୍ୟବହାର କରାଯିବ।

Comment