ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କଂଗ୍ରେସ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌ ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ କୃଷି ମନ୍ତ୍ରୀ ଭୁଲ୍‌ ତଥ୍ୟ ଦେଇଥିବାରୁ ଏହି ନୋଟିସ୍‌ ଆଣିଛି କଂଗ୍ରେସ।

ଜିଲ୍ଲା କୃଷି ଅଧିକାରୀଙ୍କ ତଥ୍ୟ ସହ ମନ୍ତ୍ରୀଙ୍କ ଉତ୍ତରରେ ତାଳମେଳ ରହୁ ନଥିବା ମୋକିମ୍‌ ଅଭିଯୋଗ କରିଛନ୍ତି।

କୃଷିମନ୍ତ୍ରୀ ଗୃହରେ ୪୬ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ଉତ୍ତର ଦେଇଥିଲେ। ହେଲେ ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦେଢ଼ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି।

Comment