ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଓ ୟୁଏଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି ଏ ଦିଗରେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

୨୦୧୫ରୁ ଭୁବନେଶ୍ୱରକୁ ବିଦେଶୀ ଯାତ୍ରୀ ତଥା ପର୍ଯ୍ୟଟକ ଏନ୍‌ଆର୍‌ଆଇଙ୍କ ସଂଖ୍ୟା ବଢ଼ିଛି। ଭୁବନେଶ୍ୱରରୁ ସିଧାସଳଖ ବିମାନ ଚାଲିଲେ ପର୍ଯ୍ୟଟକ ଉପକୃତ ହେବେ। ଏଥିସହ ଆବୁଧାବି, ଦୁବାଇ, ବାହାରିନରେ କାମ କରୁଥିବା ଓଡ଼ିଆ ଲୋକବି ଉପକୃତ ହେବେ ବୋଲି ଚିଠିରେ ଲେଖିଛନ୍ତି ଧର୍ମେନ୍ଦ୍ର।

ଏହାଫଳରେ ଦୁଇ ଦେଶ ମଧ୍ୟରେ ସଂପର୍କ ମଧ୍ୟ ଦୃଢ଼ ହୋଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Comment