ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତରୀଣ ପୋଲିସ ଡିଜି ଭାବେ ଗୁରୁବାର ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍‌ ଅନର ରେ ସେ ଦାୟିତ୍ୱ ନେଇଛନ୍ତି। ବୁଧବାର ରାତିରେ ନୂଆ ଡିଜିପି ଭାବେ ନିଯୁକ୍ତି ପାଇଥିବା ଅଭୟ ଦାୟିତ୍ୱ ନେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଚାର୍ଜରେ ରହିବେ।

ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସତ୍ୟଜିତ ମହାନ୍ତି କହିଛନ୍ତି, ‘‘ସରକାର ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ। ଆଇନଶୃଙ୍ଖଳା ମୋର ମୁଖ୍ୟ ଦାୟିତ୍ୱ। ଆଇନ ଶୃଙ୍ଖଳା କିପରି ଠିକ୍‌ ରହିବ ସେନେଇ ଅଧିକାରୀଙ୍କ ସହ କଥା ହେବି।’’

ନୂଆ ଡିଜିପି ଅଭୟ ଏବେ କେନ୍ଦ୍ର ଡେପୁଟେସନରେ ଅଛନ୍ତି। ସେ ଡେପୁଟେସନରୁ ଆସିବା ପର୍ଯ୍ୟନ୍ତ ଡିଜି ଦାୟିତ୍ୱ ସତ୍ୟଜିତ ମହାନ୍ତି ସମ୍ଭାଳିବେ।

LEAVE A REPLY

Please enter your comment!
Please enter your name here