ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନା ଓ ହୀରାରେ ତିଆରି ହେଲା ଟଏଲେଟ, ଯାହାର ଦାମ୍‌ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହଂକଂର ଏକ ବ୍ରାଣ୍ଡ ଜୁଏଲାରୀ କୋରେନେଟ ଏହି ଟଏଲେଟ୍‌ ତିଆରି କରିଛି। ସୁନାରେ ତିଆରି ଏହି ଟଏଲେଟରେ ହୀରା, ବୁଲେଟ ପ୍ରୁଫ୍‌ ସିଟ୍‌ ମଧ୍ୟ ଲଗାଯାଇଛି।

ଗତ ନଭେମ୍ବର ୫ରେ ସଂଘାଇରେ ଚୀନ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟ ଏକ୍ସପୋରେ ଏହି ଟଏଲେଟକୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ମଧ୍ୟ ଏହି ଟଏଲେଟର ଫଟୋ ଘୂରି ବୁଲିଥିଲା।

ଏହି ଟଏଲେଟର ଦାମ ୯ କୋଟି ୨୨ ଲକ୍ଷ ଟଙ୍କା ବୋଲି ଜୁଏଲାରୀ ମାଲିକ ଅରୋନ ଶୁମ୍‌ କହିଛନ୍ତି।

Comment