ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଆଜି କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ। ଏହି ଟେଷ୍ଟରେ ଭାରତ ଓ ବାଂଲାଦେଶ ପ୍ରଥମକରି ଦିବାରାତ୍ର ଟେଷ୍ଟ ଖେଳିବେ। ତେବେ ଏହି ମ୍ୟାଚରେ କେତୋଟି ନୂଆ କଥା ଦେଖିବାକୁ ମିଳିବ।

ପିଙ୍କ୍ ଷ୍ଟାଡିୟମ୍

ଇଡେନ୍ ଗାର୍ଡେନରେ ଖେଳାଯିବାକୁ ଥିବା ଏହି ପିଙ୍କ ବଲ୍ ଟେଷ୍ଟ ପାଇଁ ଷ୍ଟାଡିୟମକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଷ୍ଟାଡିୟମର ଚାରିଆଡେ କେବଳ ଗୋଲାପି ମୟ ନଜର ଆସିବ। ଏଥିପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ୍ ଅନେକ ଆୟୋଜନ କରିଛି।

ଆକାଶ ମାର୍ଗରୁ ଆସିବ ବଲ୍

ଇଡେନ୍ ଗାର୍ଡେନର ମ୍ୟାଚ୍ ପାଇଁ ଆକାଶମାର୍ଗରୁ ଆସିବ ପିଙ୍କ୍ ବଲ। ଏଥିପାଇଁ ବାୟୁସେନାର ଦୁଇଜଣ ପାରାଚ୍ୟୁଟର ନିଯୁକ୍ତ ହୋଇଛନ୍ତି। ଏମାନେ ଆକାଶ ମାର୍ଗରୁ ପାରାଚ୍ୟୁଟରେ ଆସି ପଡ଼ିଆରେ ଓହ୍ଲାଇବେ। ସେମାନେ ଆଣିଥିବା ପିଙ୍କ୍ ବଲରେ ମ୍ୟାଚ୍ ଖେଳାଯିବ।

ଅଲଗା ସମୟରେ ମ୍ୟାଚ୍ ଖେଳାଯିବ

ଅନ୍ୟ ଟେଷ୍ଟ ଅପେକ୍ଷା କୋଲକାତା ଟେଷ୍ଟ ଏକ ଭିନ୍ନ ସମୟରେ ଖେଳାଯିବ। ଏହି ଟେଷ୍ଟ ଦିନ ୧ଟାରୁ ଆରମ୍ଭ ହୋଇ ରାତି ୮ଟାରେ ଶେଷ ହେବ। ପ୍ରଥମ ସେସନ୍ ଦିନ ୧ଟାରୁ ଆରମ୍ଭ ହୋଇ ୩ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ସେସନ୍ ୩.୪୦ରୁ ୫.୪୦ ଓ ଶେଷ ସେସନ୍ ସନ୍ଧ୍ୟା ୬ଟାରୁ ରାତି ୮ ପର୍ଯ୍ୟନ୍ତ ଚାଲିବ।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖିବେ ମମତା ବାନାର୍ଜୀ

ଏହି ମ୍ୟାଚରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଯୋଗଦେବେ। ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଏହି ଦୁଇଜଣ ସାଙ୍ଗ ହୋଇ ଇଡେନର ଘଣ୍ଟି ବଜାଇବା ପରେ ମ୍ୟାଚ୍ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here