ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବୃଦ୍ଧି ପାଇଛି। ୨୦୦୧ର ସର୍ଭେ ଅନୁସାରେ ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ଥିଲା ୫୧.୧ ପ୍ରତିଶତ।

ସେହିପରି ୨୦୧୧ରେ ସାକ୍ଷରତା ହାର ବୃଦ୍ଧି ପାଇ ୬୯.୨ ପ୍ରତିଶତରେ ପହଞ୍ଚିଛି। ଏନେଇ ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖି କହିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା।

ରାଜ୍ୟରେ ୭୦୦ ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ ସ୍କୁଲ ଓ ୨୭ଟି ଏକଲବ୍ୟ ସ୍କୁଲ ରହିଛି। ୨୦୦୯ରୁ ସାକ୍ଷର ଭାରତ କାର୍ଯ୍ୟକ୍ରମ ୧୯ଟି ଜିଲ୍ଲାରେ ଚାଲୁ ରହିଥିବା ମନ୍ତ୍ରୀ କହିଛନ୍ତି।

Comment