ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିରେ ଘଣ୍ଟାକୁ ଘଣ୍ଟା ନୂଆ ମୋଡ଼ ଦେଖିବାକୁ ମିଳୁଛି। ଏନ୍ସିପିର ସମର୍ଥନ ପାଇ ରାତାରାତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି ଶିବସେନା-ଏନ୍ସିପି-କଂଗ୍ରେସ।
ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ସେସନ୍ କରି ଫଡନାଭିସ୍ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ତିନି ଦଳ ଅପିଲ କରିଛନ୍ତି। ଏଥିପାଇଁ ଶିବସେନା-ଏନ୍ସିପି-କଂଗ୍ରେସ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରି ଆଜି ରାତି ମଧ୍ୟରେ ଶୁଣାଣି କରିବାକୁ ଅପିଲ କରିଛନ୍ତି।


















