ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ବାରବାଟୀ ଷ୍ଟାଡିୟମକୁ ୧୦ କୋଟି ଟଙ୍କା ଦେଲା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)। ବାରବାଟୀ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଏହି ଅନୁଦାନ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ଅନଦାନ ଷ୍ଟାଡିୟମର ମରାମତି କାମ ଓ ମ୍ୟାଚ ପ୍ରସ୍ତୁତି ପାଇଁ ଖର୍ଚ୍ଚ ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।

ବାରବାଟୀ ଷ୍ଟାଡିୟମରେ ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ। ଏଥିପାଇଁ ଓସିଏ ତରଫରୁ ପଡ଼ିଆ ମରାମତି କାମ ଆରମ୍ଭ ହୋଇ ସାରିଲାଣି। ତେବେ ମ୍ୟାଚ ପୂର୍ବରୁ ମରାମତି କାମ ଶେଷ କରିବାକୁ ଚେଷ୍ଟା ଚାଲିଛି।

ତେବେ ଏହି ମ୍ୟାଚ ପାଇଁ ଶନିବାର କଟକ ଡିସିପି ଅଖିଳେଶ୍ଵର ସିଂହଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ପଡ଼ିଆ ପରିଦର୍ଶନ କରିଥିଲେ। ଏହାସହ କିପରି ଖେଳାଳିମାନଙ୍କୁ ସୁରକ୍ଷାର ସହ ଷ୍ଟାଡିୟମ ଅଣାଯିବ ସେ ବିଷୟରେ ଆଲୋଚନା କରିଥିଲେ।

Comment