ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଫଡ୍‌ନାଭିସ୍‌ ସରକାରରେ କିଙ୍ଗମେକର ସାଜିଥିବା ଅଜିତ ପାୱାରଙ୍କୁ ମନାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଗୁରୁ ଦାୟିତ୍ୱ ନେଇଛନ୍ତି ଏନ୍‌ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ। ଅଜିତଙ୍କୁ ବୁଝାଇ ଘରକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ଜୟନ୍ତ କହିଛନ୍ତି।

ଶନିବାର ସକାଳେ ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଗଠନ ହେବା ପରେ ରାଜନୀତି ଗୋଳିଆ ହୋଇଯାଇଛି। ଅଜିତ ପାୱାରଙ୍କୁ ନେଇ ଗତ ଦୁଇ ଦିନ ହେଲା ରାଜନୀତି ପାଣିପାଗ ଗରମ ରହିଛି। ଏନ୍‌ସିପି ପାଖରେ ସବୁ ବିଧାୟକ ରହିଥିବା ଦଳ ଦାବି କରୁଛି।

ଆଜି ଏନ୍‌ସିପି ପକ୍ଷରୁ ୫୧ ଜଣ ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ଦିଆଯାଇଛି। ଏନ୍‌ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଯେଉଁ ତାଲିକା ନେଇ ରାଜଭବନ ଯାଇଥିଲେ ସେଥିରେ ଅଜିତ ପାୱାରଙ୍କ ନାଁ ରହିଥିଲା। ଏଣୁ ଅଜିତଙ୍କୁ ମନେଇ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି।

ପାୱାର ପରିବାର ପକ୍ଷରୁ ଅଜିତଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ  ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ଅଜିତଙ୍କ ଭାଇ ଶ୍ରୀନିବାସ ସହି କଥା ହୋଇଥିବା ଜଣାପଡ଼ିଛି। ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଏନ୍‌ସିପି ନେତାମାନେ ଦାବି କରିଛନ୍ତି।

Comment