ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। ଜଣେ ଯୁବକ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲ୍‌ଫି ନେଇ ଏହାକୁ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି।

ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଏଭଳି ଫଟୋ ଛାଡ଼ିଛନ୍ତି। ଗତ ଅଗଷ୍ଟ ମାସ ୧୯ ତାରିଖରେ ସେ ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ସହ ଫଟୋ ଉଠାଇ ଏହାକୁ ତାଙ୍କର ଫେସବୁକ୍ ଆକାଉଣ୍ଟରେ ସେଆର କରିଥିଲେ। ଯାହା ବର୍ତ୍ତମାନ ସମସ୍ତଙ୍କ ନଜରକୁ ଆସିଛି।

କିଛି ଦିନତଳେ ଶ୍ରୀମନ୍ଦିର ଭିତର ବେଢ଼ାର ଟିକଟକ୍ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ଶ୍ରୀମନ୍ଦିର ଭିତର ବେଢ଼ାର ଭୋଗମଣ୍ଡପ ଓ ଅବଢ଼ା ନିଆଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକ ବିରୋଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେବା ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଛି। ଏହାପରେ ମଧ୍ୟ ଲଗାତାର ଭାବେ ଶ୍ରୀମନ୍ଦିର ଭିତରରର ଫଟୋ ଭାଇରାଲ୍ ହେଉଛି। ଯାହାକି ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment