ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ବନ୍ଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଗଞ୍ଜାମ ବସ୍‌ ମାଲିକ ସଂଘ। ଏନେଇ ମଙ୍ଗଳବାର ବ୍ରହ୍ମପୁରକୁ କୌଣସି ବସ୍‌ ଗଡ଼ିବା ନାହିଁ ବୋଲି ଧମକ ଦେଇଛି ବସ୍‌ ମାଲିକ ସଂଘ। ନବୀକରଣ ପାଇଁ ମଙ୍ଗଳବାର ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ବନ୍ଦ ରହିବ ବୋଲି ନିଷ୍ପତ୍ତି ପରେ ଏଭଳି ଚେତାବନୀ ଦେଇଛି ବସ୍‌ ମାଲିକ ସଂଘ।

ନୂଆ ରୁଟ୍‌ ଅନୁସାରେ ବସଗୁଡ଼ିକ ହଳଦିଆପଦର ଓଭରବ୍ରିଜ ଓ ଗୋସାଣି ନୂଆଗାଁ ଓଭରବ୍ରିଜ ରାସ୍ତା ଦେଇ ଚଳାଚଳ କରିବ। ଏହି ରାସ୍ତାରେ ଥିବା ଓଭର ବ୍ରିଜର ଅବସ୍ଥା ଭଲ ନଥିବା ଯୋଗୁଁ ଗାଡ଼ି ମାଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିଭଳି ବସ୍ ରିଟର୍ନ ବେଳେ ଇଞ୍ଜିନିୟରିଂ ସ୍କୁଲ୍‌ ଛକ-ଗୋପାଳପୁର ଓଭରବ୍ରିଜ ଦେଇ ଯିବ। ଏହି ରାସ୍ତାରେ ସ୍କୁଲ ଓ କଲେଜ ପଡୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେବ ବୋଲି ଲୋକେ ଅଭିଯୋଗ କରିଛନ୍ତି।

Comment