ଓଡ଼ିଶାଲାଇଭ୍ ବ୍ୟୁରୋ

 ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ସୋମବାର ସନ୍ଧ୍ୟାରେ ହୋଟେଲରେ ଏକାଠି ହେବେ ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ। ଗଣମାଧ୍ୟମ ଆଗରେ ପ୍ରଥମ ଥର ପାଇଁ ତିନି ଦଳର ବିଧାୟକ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ତିନି ଦଳର ବିଧାୟକଙ୍କୁ ଅଲଗା ଅଲଗା ହୋଟେଲରେ ରଖାଯାଇଛି। ତିନୋଟି ଦଳର ସମସ୍ତ ବିଧାୟକଙ୍କୁ ଏକାଠି କରି ସୋମବାର ସନ୍ଧ୍ୟାରେ ମୁମ୍ବାଇର ହୋଟେଲ ହୟାତକୁ ଅଣାଯିବ। ସେଠାରେ ତିନି ଦଳର ବିଧାୟକ ମିଶି ଗଣମାଧ୍ୟମ ସମ୍ମୁଖରେ ଆଲୋଚନା କରିବେ।

ବର୍ତ୍ତମାନ ଶିବସେନା ପାଖରେ ୫୬ ଜଣ ବିଧାୟକ ରହିଥିବାବେଳେ ଏନସିପି ପାଖରେ ୫୪ଓ କଂଗ୍ରେସ ପାଖରେ ୪୪ ବିଧାୟକଙ୍କ ସମର୍ଥନ ରହିଛି। ଏହାସହ ମିଳିତ ମେଣ୍ଟକୁ କେତେକ ସ୍ୱାଧୀନ ବିଧାୟକମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ତେଣୁ ଏହି ସମସ୍ତ ବିଧାୟକଙ୍କୁ ନେଇ ସୋମବାର ବୈଠକ ବସିବ।

Comment