ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଏହା ପୂର୍ବରୁ ସବୁ ଗାଡ଼ିଚାଳକ ନିଜ ନିଜର ଗାଡ଼ି କାଗଜପତ୍ର ଠିକ୍ କରିବାରେ ଲାଗି ପଡ଼ିଛନ୍ତି। ଯଦି ଟ୍ରାଫିକ୍ ନିୟମର ଉଲଘଂନ କରି ଗାଡ଼ି ଚଲାନ୍ତି, ତେବେ ଆପଣଙ୍କୁ ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡ଼ିବ।

ଟ୍ରାଫିକ୍ ଫାଇନରୁ ନିଜକୁ ବଞ୍ଚାଇବା ପାଇଁ ଆପଣଙ୍କୁ କେତେକ ନିୟମ ମାନିବାକୁ ପଡ଼ିବ ଯେପରିକି, ଆପଣଙ୍କୁ ହେଲମେଟ୍ ପିନ୍ଧି ଗାଡ଼ି ଚଲାଇବାକୁ ପଡ଼ିବ। ନଚେତ୍ ଟ୍ରାଫିକ୍ ପୋଷ୍ଟରେ ଆପଣଙ୍କୁ ୧୦୦୦ଟଙ୍କାର ଫାଇନ୍ ଗଣିବାକୁ ପଡ଼ିବ।

ସେହିଭଳି ସିଟ୍ ବେଲ୍ଟ ନବାନ୍ଧିଲେ ମଧ୍ୟ ଚାଳକମାନଙ୍କ ଉପରେ ହଜାରେ ଟଙ୍କାର ଫାଇନ୍ ଦେବାକୁ ପଡ଼ିବ।

ସେହିପରି ଗାଡ଼ି ଚଲେଇବା ସମୟରେ ଫୋନ୍ ବ୍ୟବହାର କରିବା, ରାସ୍ତାର ବିପରୀତ ଦିଗରେ ଗାଡ଼ି ଚଲାଇବା, ବେପାରୁଆ କିମ୍ବା ବିପଦଜନକ ଭାବେ ଗାଡ଼ି ଚଲାଇବା, ସିଗନାଲ୍ ନ ମାନି ଆଗକୁ ଯିବା ଓ ବାଇକରେ ତିନିଜଣ ବସି ଗଲେ ଚାଳକମାନଙ୍କ ଉପରେ ୫ହଜାର ଟଙ୍କାର ଫାଇନ୍ ଲାଗିବ।

ଯଦି ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ବେଳେ ପୋଲିସ୍ ହାତରେ ଧରାପଡ଼ନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କାର ଫାଇନ୍ ଗଣିବାକୁ ପଡ଼ିବ।

ଟ୍ରାଫିକ୍ ଫାଇନ୍ ନ ଦେବା ପାଇଁ ଆପଣଙ୍କୁ ଉପରୋକ୍ତ ନିୟମ ମାନି ଗାଡ଼ି ଚଲାଇବାକୁ ପଡ଼ିବ। ନଚେତ୍ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ।

Comment