ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ମହାରାଷ୍ଟ୍ର ପାଇଁ ଚର୍ଚ୍ଚା ଚାଲିଥିଲା ବେଳେ ଆଜିର ଦିନଟି ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସାରାଦେଶର ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି। ଆଜି ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ରରେ ବିଜେପି ସରକାର ଭବିଷ୍ୟତ ନିର୍ଦ୍ଧାରଣ କରିବ।

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସୟସ ସରକାରଙ୍କ ଫ୍ଲୋର ଟେଷ୍ଟ ଗୃହରେ କେବେ, କେମିତି ଓ କେଉଁ ନିୟମରେ ହେବ? ଏହାରି ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇବେ।

ମହାରାଷ୍ଟ୍ରରେ ସରକାର ଗଠନ ମାମଲାର ଶୁଣାଣି କରି କୋର୍ଟ ସୋମବାର ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।

Comment