ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମହାରାଷ୍ଟ୍ରରେ ଯଦି ରାତାରାତି ଫଡନାଭିସ୍‌ ସରକାର ଗଠନରେ କାହାର ହାତ ଥାଏ ତାହାଲେ ସେ ହେଉଛନ୍ତି ଏନ୍‌ସିପି ନେତା ଧନଞ୍ଜୟ ମୁଣ୍ଡେ। ଯିଏକି ଅଜିତ୍‌ ପାଓ୍ଵାରଙ୍କ ପାଇଁ ଏନସପି ବିଧାୟକଙ୍କୁ ଏକାଠି କରିଥିଲେ। ସରକାର ଗଠନ ପରେ ଧନଞ୍ଜୟ ପୁଣି ଏନ୍‌ସିପିକୁ ଫେରିଯିବା ଯୋଗୁଁ ୩ ଦିନ ମଧ୍ୟରେ ଭାଙ୍ଗି ଗଲା ଫଡ୍‌ନାଭିସ ସରକାର।

କୁହାଯାଉଛି ଶୁକ୍ରବାର ସନ୍ଧ୍ୟାରେ ଅଜିତ୍‌ ପାଓ୍ଵାର ଓ ଫଡ୍‌ନାଭିସଙ୍କ ସାକ୍ଷାତ ପରେ ସରକାର ଗଠନ ପାଇଁ ପ୍ଲାନ କରାଯାଇଥିଲା। ଏଥିରେ ଧନଞ୍ଜୟ ମୁଣ୍ଡେ ତାଙ୍କୁ ସହଯୋଗ କରିଥିଲେ। ପରେ ଏନ୍‌ସିପିର ସମସ୍ତ ବିଧାୟକଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରୁ ସମସ୍ତେ ରାଜ୍ୟପାଳଙ୍କୁ ଭେଟିଥିଲେ। ଶନିବାର ସକାଳୁ ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଓ ଅଜିତ୍‌ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ଯେଉଁଠି ଧନଞ୍ଜୟ ମୁଣ୍ଡେ ଉପସ୍ଥିତ ଥିଲେ।

ପରେ ଧନଞ୍ଜୟ ମୁଣ୍ଡେ ପୁଣି ଶରଦ ପାଓ୍ଵାରଙ୍କ ପାଖକୁ ଫେରିଯାଇଥିଲେ। ଯେଉଁଥିପାଇଁ ୩ ଦିନରେ ଭାଙ୍ଗିଗଲା ଫଡ୍‌ନାଭିସ ସରକାର।

କିଏ ଧନଞ୍ଜୟ ମୁଣ୍ଡେ

ଧନଞ୍ଜୟ ମୁଣ୍ଡେ ହେଉଛନ୍ତି ବିଜେପିର ବରିଷ୍ଠ ନେତା ଗୋପିନାଥ ମୁଣ୍ଡେଙ୍କ ପୁତୁରା। ଗୋପିନାଥ ମୁଣ୍ଡେଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ପଙ୍କଜା ମୁଣ୍ଡେ ବିଜେପିରେ ଯୋଗ ଦେଇଥିଲେ। ସେହି ସମୟରେ ଧନଞ୍ଜୟ ମଧ୍ୟ ଏନ୍‌ସିପିରେ ଯୋଗ ଦେଇଥିଲେ। ଧନଞ୍ଜୟଙ୍କୁ ଏନ୍‌ସିପିକୁ ଆଣିବା ଓ ପଙ୍କଜାଙ୍କ ବିପକ୍ଷରେ ନିର୍ବାଚନ ଜିତିବା ପଛରେ ଅଜିତ ପାଓ୍ଵାରଙ୍କ ବଡ଼ ଭୂମିକା ରହିଛି।

Comment