ଓଡ଼ିଶାଲାଇଭ୍ ବ୍ୟୁରୋ

ସୋରିଷ ବଟା ମାଛ ତରକାରୀ ବା ମାଛ ବେସର ଓଡ଼ିଆମାନଙ୍କ ପାଇଁ ବେଶ୍‌ ପରିଚିତ। ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ମାଛ ବେସର।

ଆବଶ୍ୟକୀୟ ସାମଗ୍ରୀ

୪ଜଣଙ୍କ ପାଇଁ

କୌଣସି ଏକପ୍ରକାର ମାଛ – ରୋହି, ଭାକୁର, ଇଲିସି

ଅଧ ଚାମଚ ହଳଦି

୩/୪ ଚାମଚ ଲୁଣ

୩ ଚାମଚ ସୋରିଷ

୩ଟି କଞ୍ଚା ଲଙ୍କା

୨ଟି ଶୁଖିଲା ଲଙ୍କା

୨ଟି ରସୁଣ

୬ ଚାମଚ ସୋରିଷ ତେଲ

ପ୍ରଣାଳୀ

ପର୍ଯ୍ୟାୟ-୧

ମାଛକୁ ଭଲ ଭାବରେ କାତି ଛଡ଼ାଇ ଧୋଇ ଦିଅନ୍ତୁ। ଏହାପରେ ମାଛରେ ଅଧ ଚାମଚ ଲୁଣ, ଅଧ ଚାମଚ ହଳଦି ଓ ଲେମ୍ବୁ ଟୋପାଏ ଚିପୁଡ଼ି ମିଶାଇକି ଛାଡ଼ି ଦିଅନ୍ତୁ।

ପର୍ଯ୍ୟାୟ – ୨

ଗୋଟେ ଗ୍ରାଇଣ୍ଡରରେ ୩ ଚାମଚ ସୋରିଷ, ୧/୪ ଚାମଚ ହଳଦି, ୨ଟି ଶୁଖିଲା ଲଙ୍କା, ଅଧ ଚାମଚ ଜିରା ପକାଇ ଓ ୩ ଚାମଚ ପାଣି ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଯେପରି ସୋରିଷ ବଟାଟି ଭଲକି ପେଷ୍ଟ ହୋଇଯାଇଥିବ (କୌଣସି ଖଦଡ଼ା ଅଂଶ ଯେପରି ନ ରହେ)।

ପର୍ଯ୍ୟାୟ – ୩

ଗୋଟେ କଡ଼େଇ ବା ପ୍ୟାନ୍‌ ଗ୍ୟାସ୍‌ରେ ରଖନ୍ତୁ। ପାତ୍ରଟି ଗରମ ହୋଇଗଲେ, ସେଥିରେ ୩ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେଲେ ହିଁ ମାଛକୁ ଭାଜିବା ପାଇଁ ପକାନ୍ତୁ। ମାଛକୁ ଏପଟ ସେପଟ କରି ଭାଜନ୍ତୁ। ମାଛ ଭାଜିଲା ବେଳେ ଜାଳ ଅଧିକ ଦେବେ। ମାଛ ହାଲକା ବାଦାମୀ ରଙ୍ଗର ହୋଇଗଲେ , ତାକୁ ଗୋଟେ ପ୍ଲେଟ୍‌ରେ କାଢ଼ି ଦିଅନ୍ତୁ।

ପର୍ଯ୍ୟାୟ – ୪

ଗୋଟେ କଡ଼େଇରେ ୩ ଚାମଚ ତେଲ ପକାନ୍ତୁ। ତେଲରେ ୨ଟି କଞ୍ଚା ଲଙ୍କା ଓ ଶୁଖିଲା ଲଙ୍କା ପକାଇବେ। ପରେ ଫାଳେ ପିଆଜ କାଟି ପକାନ୍ତୁ। ପିଆଜ ହାଲକା ବାଦାମୀ ରଙ୍ଗ ହୋଇଗଲେ, ସେଥିରେ ଗ୍ରାଇଣ୍ଡିଂ କରିଥିବା ସୋରିଷ ପେଷ୍ଟକୁ ପକାନ୍ତୁ। ଆପଣ ଚାହିଁଲେ ଫାଳେ ଟମାଟ କାଟିକି ପକାଇ ପାରିବେ। ଏବେ ସେହି ପେଷ୍ଟରେ ୩ କପ୍‌ ପାଣି ପକାନ୍ତୁ। ଆପଣଙ୍କ ମୁତାବକ ବହଳିଆ ବା ପତଳା ଝୋଳ କରିପାରିବେ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦି ପକାନ୍ତୁ। ଭଲସେ ଫୁଟିଗଲେ ସେଥିରେ ଭଜା ଯାଇଥିବା ମାଛକୁ ପକାନ୍ତୁ। ଶେଷରେ ଭାତ ସହ ପରଷନ୍ତୁ।

Comment