ଓଡ଼ିଶାଲାଇଭ୍ ବ୍ୟୁରୋ

“ଯଦି ମୋ ନାଁ’ରେ ସରକାରୀ ଜମି ଦୁର୍ନୀତି ପ୍ରମାଣ ମିଳେ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଆଉ କଦାପି ବିଧାନସଭା ମାଡ଼ିବିନି”, ସୋମବାର ବିରୋଧୀଙ୍କ ଜମି ହଡ଼ପ ଅଭିଯୋଗ ପରେ ମଙ୍ଗଳବାର ଏମିତି କହିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ।

ସେ କହିଛନ୍ତି,‘‘ ଶହେ କୋଟି କ’ଣ? ଶହେ ଟଙ୍କାର ଜମି ବି ମୁଁ କ କେବେ କାହାର ହଡ଼ପ କରିନି। ବିରୋଧୀମାନେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଏପରିକି ଯେଉଁମାନେ ତାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ସେହିମାନେ ହିଁ ସରକାରୀ ଜମିକୁ ଜବରଦଖଲ କରୁଛନ୍ତି‘‘।

ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାର ଜମି ହଡ଼ପ କରିଛନ୍ତି ମଙ୍ଗଳବାର ବିଜେପି ଅଭିଯୋଗ କରିଥିଲା। ମହାରଥୀ ତାଙ୍କ ହୁଙ୍କେଇପୁର ଫାର୍ମ ହାଉସ ନିକଟ ମୌଜାରେ ଜମିକୁ ହଡ଼ପ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା।

Comment