ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ମହାପାଲା ହୋଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଯାହା ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ସରକାର ଗଠନ ପାଇଁ ପଥ ପରିଷ୍କାର କରିଦେଇଛି।

ଏହି ମିଳିତ ମେଣ୍ଟ ମଙ୍ଗଳବାର ରାତି ୮ଟା ସୁଦ୍ଧା ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିବେ। ଏହାସହ ରାଜ୍ୟରେ ସରକାର ଗଠନ ପାଇଁ ଦାବି ଜଣାଇବ ବୋଲି ସୂଚନା ମିଳିଛି। ମିଳିତ ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ନେବେ।

ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ବାଲାସାହେବ ଥୋରାଟ୍ ଓ ଏନସିପିର ବିଧାୟକ ଦଳର ନେତା ଜୟନ୍ତ ପାଟିଲ ଦାୟିତ୍ୱ ଗ୍ରହଣ କରିବେ।

ସେହିପରି ଗତକାଲି ରାଜ୍ୟପାଳ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ଅସ୍ଥାୟୀ ବାଚସ୍ପତି ଥିବା ବିଜେପି ବିଧାୟକ କାଳିଦାସ ବିଧାନସଭାର ସମସ୍ତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ।

ମିଳିତ ମେଣ୍ଟ ପାଖରେ ବର୍ତ୍ତମାନ ମୋଟ୍ ୧୬୨ ବିଧାୟକଙ୍କ ସମର୍ଥନ ରହିଛି। ରାଜ୍ୟରେ ସରକାର ଗଠନ ପାଇଁ ୧୪୫ ବିଧାୟକ ଆବଶ୍ୟକ, ଫଳରେ ସରକାର ଗଠନ ପାଇଁ ମେଣ୍ଟକୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here