ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନକିଣାରେ ଟୋକନ ବ୍ୟବସ୍ଥାକୁ ନେଇ ବୁଧବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହର କରିବାକୁ ବିଧାନସଭାରେ ଦାବି କରିଛନ୍ତି ବରଗଡ଼ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ।

ସ୍ୱଚ୍ଛତା ନାଁରେ ଚାଷୀମାନଙ୍କ ଅସୁବିଧାରେ ନପକାଯାଉ ବୋଲି ସେ କହିଛନ୍ତି। ସେହିପରି ୨୦୧୮ରେ ବରଗଡ଼ରେ ଧାନକିଣାରେ ହୋଇଥିବା ଅନିୟମିତତା କଥା ଉଠାଇଛନ୍ତି ଦେବେଶ ଆଚାର୍ଯ୍ୟ।

ଅନ୍ୟପଟେ ଶାସକ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ମଧ୍ୟ ଟୋକନ ବ୍ୟବସ୍ଥାରେ ଚାଷୀ ଦୁଃଖରେ ଅଛନ୍ତି ବୋଲି କହିଛନ୍ତି।

Comment