ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା। ଟିମ୍‌ ଇଣ୍ଡିଆର ଓପନର ଶିଖର ଧଓ୍ଵନ ଆହତ କାରଣରୁ ଏହି ସିରିଜରୁ ବାଦ ପଡ଼ିଛନ୍ତି। ସେ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳୁଥିବା ସମୟରେ ଆହତ ହୋଇଥିଲେ । ତେବେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳେ ସ୍ଥାନ ମିଳିଛି। ଏନେଇ ବିସିସିଆଇ ଟୁଇଟ କରି ସୂଚନା ଦେଇଛି।


ଧଓ୍ଵନଙ୍କୁ ଠିକ୍‌ ହେବା ପାଇଁ ଆହୁରି ସମୟ ଲାଗିବ ବୋଲି ବିସିସିଆଇ ମେଡିକାଲ ଟିମ୍‌ ସୂଚନା ଦେଇଛି। ଧଓ୍ଵନଙ୍କ ଆହତ ହେବା ପରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଏଥିରେ ଚୟନ କରାଯାଇଛି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ସଞ୍ଜୁ ସାମସନ ସ୍ଥାନ ପାଇଥିଲେ ମଧ୍ୟ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ପାଇନଥିଲେ।

ମହାରାଷ୍ଟ୍ର ବିପକ୍ଷ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳୁଥିବା ସମୟରେ ଆଣ୍ଠୁରେ ବଲ୍‌ ବାଜିବା ଯୋଗୁଁ ଧଓ୍ଵନ ଆହତ ହୋଇଥିଲେ। ତେବେ ଧଓ୍ଵନଙ୍କ ଅନୁପସ୍ଥିତି ଦଳ ପାଇଁ ବିପଦ ସୃଷ୍ଟି କରିପାରେ। ସେହିପରି ସ୍ଥାନ ପାଇଥିବା ସଞ୍ଜୁ ସାମସାନ କେତେ ନମ୍ଵରରେ ବ୍ୟାଟିଂ କରିବେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।

Comment