ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ପ୍ରଜ୍ଞା ଠାକୁର ବୁଧବାର ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ବିଜେପି ପକ୍ଷରୁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଜ୍ଞାଙ୍କୁ ସୁରକ୍ଷା ମନ୍ତ୍ରାଳୟର ପରାମର୍ଶ କମିଟିରୁ ହଟାଇ ଦିଆଯାଇଛି। ଏଥି ସହ ସଂସଦ ଚାଲିଥିବା ପର୍ଯ୍ୟନ୍ତ ବିଜେପି ସଂସଦୀୟ ଦଳର ବୈଠକକୁ ତାଙ୍କର ଆସିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।
ଖବର ଅନୁସାରେ, ବିଜେପି ହାଇକମାଣ୍ଡ ଭୋପାଳ ସାଂସଦ ପ୍ରଜ୍ଞାଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଖପ୍ପା ହୋଇପଡ଼ିଥିଲେ। ଆଜି ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଜେପି କାର୍ଯ୍ୟବାହି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଜ୍ଞାଙ୍କୁ ସୁରକ୍ଷା ମନ୍ତ୍ରାଳୟ ପରାମର୍ଶଦାତା କମିଟିରୁ ହଟା ଗଲା ବୋଲି ଘୋଷଣା କରିଥିଲେ।
ବୁଧବାର ଦିନ ପ୍ରଜ୍ଞା ଠାକୁର ଲୋକସଭାରେ ବିବୃତି ପ୍ରଦାନ କରି କହିଥିଲେ ଯେ, ନାଥୁରାମ ଗଡ଼ସେ ଜଣେ ଦେଶଭକ୍ତ ଥିଲେ। ଏ ନେଇ ଗୃହରେ ହଙ୍ଗାମା ସୃଷ୍ଟି ହୋଇଥିଲା।