ଓଡ଼ିଶାଲାଇଭ୍‌ ବ୍ୟୁରୋ

OPSCରେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ଏନେଇ ଆବେଦନ କରିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇ ପାରିବେ। ପରୀକ୍ଷା ୭ ଓ ୮ ଡିସେମ୍ଵର ୨୦୧୯ରେ ହେବ।

ପରୀକ୍ଷା ତାରିଖ, ବିଷୟ

  • ୭.୧୨.୨୦୧୯ – ଦିନ ୨ଟାରୁ ସନ୍ଧ୍ୟା ୪ଟା (ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ୪ଟା ୩୦ ପର୍ଯ୍ୟନ୍ତ ରହିଛି)। ପରୀକ୍ଷା ବିଷୟ – ଇଂରାଜୀ ଓ ଓଡ଼ିଆ ପରୀକ୍ଷା
  • ୮.୧୨.୨୦୧୯(ପ୍ରଥମ ସିଟିଙ୍ଗ) – ସକାଳ ୧୦ଟାରୁ ୧୧ଟା(ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ୧୧.୨୦ ପର୍ଯ୍ୟନ୍ତ ରଖାଯାଇଛି) ପରୀକ୍ଷା ବିଷୟ – ସାଧାରଣ ଜ୍ଞାନ ପରୀକ୍ଷା।
  • ଦ୍ଵିତୀୟ ସିଟିଙ୍ଗ – ଦିନ ୧ଟା ୩୦ରୁ ୪.ଟା ୩୦(ପିଡବ୍ଲୁଡିଙ୍କ ପାଇଁ ୫ଟା ୩୦ ପର୍ଯ୍ୟନ୍ତ ରହିଛି। ପରୀକ୍ଷା ବିଷୟ – ଗଣିତ, କମ୍ପ୍ୟୁଟର ପରୀକ୍ଷା।

ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଓ୍ଵେବସାଇଟ୍‌ www.opsc.gov.in କୁ ଯାଇ ନିଜ ଆଡ୍‌ମିଟ କାର୍ଡ ଡାଉନଲୋର୍ଡ କରିପାରିବେ। ଏହାସହ ପ୍ରାର୍ଥୀମାନେ ଏହି ତାଲିକାରେ ନିଜ ନାଁ ମଧ୍ୟ ଓ୍ଵେବସାଇଟରେ ଦେଖିପାରିବେ।

Comment