ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଯିବା ଘଟଣାରେ ଗୁରୁବାର ବିଧାନସଭା ହୁଲୁସ୍ତୁଲ ହୋଇଛି। ସରକାରୀ ଖର୍ଚ୍ଚରେ ମନ୍ତ୍ରୀ କେମିତି ମହିଳାଙ୍କୁ ନେଇ ହାଇଦ୍ରାବାଦ ଗଲେ ସେ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ।

ଏହାର ଜବାବ ଦେଇ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, “ମୁଁ କୌଣସି ନିୟମ ଉଲଘଂନ କରିନାହିଁ। ସରକାରୀ ରାଜକୋଷରୁ ଏନେଇ କୌଣସି ବି ଟଙ୍କା ଖର୍ଚ୍ଚ ହୋଇନି।”

ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସରକାରୀ ଅର୍ଥରେ ୨ ମହିଳାଙ୍କୁ ନେଇ ହାଇଦ୍ରାବାଦ ଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ଏପରିକି ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ବିଧାନସଭା ହୁଲୁସ୍ତୁଲ୍ ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏନେଇ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ଯାହାର ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

LEAVE A REPLY

Please enter your comment!
Please enter your name here